Advertisment

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ...ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ ।

ଅଦ୍ୟତନ ହୋଇଛି
undefined

Vande Bharat Sleeper Train

Advertisment

ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନର ନିର୍ମାଣ କାମ ଜୋରସୋରରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବାଙ୍ଗାଲୋରରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି ।

Advertisment

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ । ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ । ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। ଏବେ ଦେଶରେ ବନ୍ଦେ ଭାରତର ଚେୟାର କାର୍ ଟ୍ରେନ୍ ଚଳାଚଳା କରୁଛି ।

ରେଲୱେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଚାଲିବ । ଏହାପରେ ପର୍ଯ୍ୟାୟକ୍ରମେ ଏହି ଟ୍ରେନ୍‌ ଘଣ୍ଟା ପ୍ରତି ୧୬୦-୨୨୦ କିଲୋମିଟର ବେଗରେ ଗଡ଼ିବ । ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଏବଂ ଦିଲ୍ଲୀ-ମୁମ୍ବାଇର କୌଣସି ଏକ ରେଲୱେ ଟ୍ରାକରେ ଏହି ଟ୍ରେନରେ ଗଡ଼ିବ ।

Advertisment

ବନ୍ଦେ ଭାରତ ସ୍ଲିପର ଟ୍ରେନରେ ୧୬ଟି କୋଚ୍ ରହିବ । ସେଥିମଧ୍ୟରୁ ୧୦ଟି କୋଚ୍ AC-୩, ୪ଟି କୋଚ୍ AC-୨ ଏବଂ ଗୋଟିଏ କୋଚ୍ AC-୧ ହେବ । ବନ୍ଦେ ଭାରତ ସ୍ଲିପର ଟ୍ରେନର ଚାର୍ଜ ବର୍ତ୍ତମାନ ଧାର୍ଯ୍ୟ ହୋଇନାହିଁ । ତେବେ ଏହାର ଗତି, ସୁବିଧା ଏବଂ ନିରାପତ୍ତାକୁ ବିଚାରକୁ ନେଲେ ରାଜଧାନୀ ଏକ୍ସପ୍ରେସ୍‌ ଏବଂ ଶତାବ୍ଦୀ ଏକ୍ସପ୍ରେସଠାରୁ ଏହାର ଭଡା ୧୦-୧୫% ଅଧିକ ହେବ ବୋଲି ଆଶା କରାଯାଇପାରେ ।

ରେଳମନ୍ତ୍ରୀ ଭାବେ ଶପଥ ନେବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ଦୁଇ ମାସ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଟ୍ରାଏଲ୍‌ ରନ୍‌ ଆରମ୍ଭ ହେବ । ସେ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ପ୍ରଥମେ ୨ଟି ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍ ଚାଲିବ। ସେହିପରି ଅମୃତ ଭାରତ ଟ୍ରେନର ଉତ୍ପାଦନ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ଆଦି ମେଟ୍ରୋ ସହରରେ ଚାଲିପାରେ ।

Advertisment
Indian Railways Ashwini Vaishnow Vande Bharat Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ