ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌, ଜାଣନ୍ତୁ କେତେ ରହିବ ସ୍ପିଡ୍‌...

ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍‌ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍‌ ଚାଲୁ କରିବାକୁ ଯୋଜନା ରହିଛି ।

Vande Bharat Train

ଆସନ୍ତା ମାସରେ ଭାରତରେ ଲଞ୍ଚ ହେବାକୁ ଯାଉଛି ବନ୍ଦେ ଭାରତ ସେମି ହାଇ ସ୍ପିଡ୍‌ ସ୍ଲିପର୍‌ ଭର୍ସନ । ବାଙ୍ଗାଲୋରରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି । ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ୯ଟି ସ୍ଲିପର ରାକ୍‌ ପ୍ରସ୍ତୁତ ହୋଇଯିବ । ଏହାପରେ ପ୍ରତି ମାସରେ ଅତିକମ୍‌ରେ ଦୁଇଟି ଲେଖାଏଁ ସ୍ଲିପର ରାକ୍‌ ଯୋଡ଼ି ହେବ ।

ବର୍ତ୍ତମାନ ପର୍ଯ୍ୟନ୍ତ, ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍‌ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍‌ ଚାଲୁ କରିବାକୁ ଯୋଜନା ରହିଛି । ଏକାଧିକ ରିପୋର୍ଟରୁ ଜଣାପଡ଼ିଛି ଯେ ପାଟଣା-ଦିଲ୍ଲୀ ରୁଟ୍‌ରେ ୧୬ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଚଳାଇବାକୁ ଆଲୋଚନା ଜାରି ରହିଛି । ସ୍ଲିପର ବନ୍ଦେ ଭାରତ ଟ୍ରେନ୍‌ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ।

ଅଧିକ ପଢନ୍ତୁ : ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ...ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

ଯଦିଓ ବନ୍ଦେ ଭାରତ ଏକ୍ସପ୍ରେସର ଚେୟାର କାର୍ ଭର୍ସନର ଘଣ୍ଟା ପ୍ରତି ବେଗ୍‌ କ୍ଷମତା ୧୬୦ କିଲୋମିଟର ରହିଛି । କିନ୍ତୁ ଏହା ବର୍ତ୍ତମାନ ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଯାଉଛି । ରେଳ ସୁରକ୍ଷା ଆୟୋଗ ଖୁବଶୀଘ୍ର ସ୍ଲିପର ବନ୍ଦେ ଭାରତ ଟ୍ରେନ୍‌ ଯାଞ୍ଚ କରିବ । ଅଗଷ୍ଟ ମାସ ସୁଦ୍ଧା ଯାଞ୍ଚ ଶେଷ ହେବ ବୋଲି ଆଶା କରାଯାଉଛି ।

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ । ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ । ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ।