ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କ’ଣ...

ସିଟ୍‌ରେ ପଡ଼ିବ ଭଲ କୁସନ୍‌ । ସିଟ୍‌କୁ ଆଉଜି ବସିଲା ଭଳି ଟିକେ ପଛକୁ ନୁଆଣିଆ କରାଯିବ ।

Vande Bharat Express

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ କରାଯାଇଛି ଅନେକ ପରିବର୍ତ୍ତନ । ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିପଦଆପଦରୁ ରକ୍ଷା ପାଇଁ ମଧ୍ୟ ନିଆଯାଇଛି ପଦକ୍ଷେପ ।

ଜାଣନ୍ତୁ କ’ଣ ସେହି ପରିବର୍ତ୍ତନ...

୧- ସିଟ୍‌ରେ ପଡ଼ିବ ଭଲ କୁସନ୍‌ ।

୨- ସିଟ୍‌କୁ ଆଉଜି ବସିଲା ଭଳି ଟିକେ ପଛକୁ ନୁଆଣିଆ କରାଯିବ ।

୩- ଶୌଚଳାୟରେ ପାଣି ଛିଟିକା ଦେହରେ ନପଡ଼ିବା ପାଇଁ ଖାଲୁଆ ବେସିନ୍‌ ଲାଗିବ ।

୪- ପ୍ରତ୍ୟେକ ସିଟ୍‌ ତଳେ ରହିବ ମୋବାଇଲ ଚାର୍ଜିଂ ସୁବିଧା ।

୫- ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ରେ ସିଟ୍‌ ରଙ୍ଗ ନାଲି ବଦଳରେ ନୀଳ କରାଯିବ ।

୬- ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ରେ ଆରାମ୍‌ରେ ବସିବା ପାଇଁ ତଥା ଗୋଡ଼ ରଖିବା ପାଇଁ ଫୁଟ୍‌ରେଷ୍ଟ ରହିବ ।

୭-ଦିବ୍ୟାଙ୍ଗଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ୱିଲ ଚେୟାର ପାଇଁ ମଧ୍ୟ ସୁବିଧା ରହିଛି ।

୮-ଶୌଚାଳୟରେ ୧.୫ ୱାଟ୍‌ ବଦଳରେ ୨.୫ ୱାଟ୍‌ ବଲ୍‌ ଳାଗିବ ।

୯- ଟ୍ରାନ୍ସପରେଣ୍ଟ କମ୍‌ ଥିବା ଭଳି ରୋଲର ବ୍ଲାଇଣ୍ଡ ଫାବ୍ରିକ୍‌ର ବ୍ୟବସ୍ଥା ମଧ୍ୟ କରାଯିବ ।

୧୦- ଜଳ ପ୍ରବାହ ଭଲ ରହିବା ପାଇଁ ଉନ୍ନତ ମାନର ଟ୍ୟାପ୍‌ ଲାଗିବ ।

୧୧- ଚେୟାର୍‌ କାର୍‌ ଯାତ୍ରୀଙ୍କ ଟାଇମ୍‌ ପାସ୍‌ ପାଇଁ ମାଗାଜିନ୍ ସୁବିଧା କରାଯିବ ।

୧୨- ଅତ୍ୟାଧୁନିକ ଟଏଲେଟ୍‌ ମଧ୍ୟ ଲାଗିବ । ଯାହାର ଗ୍ରିପ୍‌ ଭଲ ରହିବ । ଧରିଲେ ହାତ ଖସିବା ସମ୍ଭାବନା କମ୍‌ ରହିବ।

୧୩- ସବୁଠି ଟଏଲେଟ ପ୍ୟାନେଲ୍‌ କଲର ଉନ୍ନତମାନର ଏବଂ ସମାନ ରହିବ ।

୧୪- ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାମର ବକ୍ସକୁ ମଧ୍ୟ ଉନ୍ନତ ମାନର କରାଯାଇଛି । ଯାହା ଦ୍ୱାରା ତାହା ସହଜରେ ଭାଙ୍ଗି ହେବ ଏବଂ ବ୍ୟବହାର କରିହେବ ।

୧୫- ଇମର୍ଜେନ୍ସି ଡୋର୍‌ରେ ଆଉ ରହିବନି ବର୍ଡର ।

୧୬- ଅଗ୍ନିକାଣ୍ଡ ସମ୍ପର୍କରେ ତୁରନ୍ତ ସୂଚନା ଦେବାର ବ୍ୟବସ୍ଥାକୁ ମଧ୍ୟ ଉନ୍ନତମାନର କରାଯାଇଛି ।

୧୭- ଉନ୍ନତମାନର ଏୟାର କଣ୍ଡିସନ୍‌ ବ୍ୟବସ୍ଥା କରାଯିବା ସହ ଉନ୍ନତ ଇନ୍‌ସୁଲେସନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

୧୮- ଲଗେଜ୍‌ ରଖିବା ସ୍ଥାନକୁ ମଧ୍ୟ ଅଧିକ ଉନ୍ନତ କରାଯାଇଛି । ଗୋଟିଏ ଟଚ୍‌ରେ ଲାଇଟ୍‌ ଚେଞ୍ଜ ହେବ ।

୧୯- ଆପଦକାଳିନ ପରିସ୍ଥିତିରେ ଟ୍ରେନ୍‌ ଡ୍ରାଇଭରଙ୍କ ପାଇଁ ଟ୍ରେନ୍‌ ରୋକିବାକୁ ପୁସ୍‌ ବଟନ୍‌ର ବ୍ୟବସ୍ଥା କରାଯାଇଛି ।