Advertisment

Vaishno Devi Landslide: ଗୁମ୍ପାରେ ମା’ ତପସ୍ୟା କରୁଛନ୍ତି, ଆଉ ଆପଣ ହର୍ନ ବଜାଉଛନ୍ତି...ଦୁଃଖରେ କହୁଛନ୍ତି ଭକ୍ତ

ଜମ୍ମୁରେ ବର୍ଷା ୧୧୫ ବର୍ଷର ରେକର୍ଡ ଭାଙ୍ଗିଛି। ଯେଉଁ ଧ୍ୱଂସ ଓ ବନ୍ୟା ଏବେ ଦେଖାଯାଉଛି, ତାହା ପୂର୍ବରୁ କେବେ ହୋଇନଥିଲା। ଏପରି ସ୍ଥିତିରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପାହାଡ଼ରୁ ପଥର କାହିଁକି ଖସୁଛି? ବନ୍ୟାରେ ଘର ଓ ଲୋକେ କାହିଁକି ଭାସିଯାଉଛନ୍ତି ? ଏହା କ’ଣ ଦେବୀଙ୍କ ତପସ୍ୟାରେ ବାଧାର ଫଳ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

landslide

landslide

Advertisment

ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏପରି ଏକ ଦୁର୍ଘଟଣା ଘଟିଲା, ଯାହାକୁ ଲୋକେ ପୂର୍ବରୁ କେବେ ଦେଖି ନଥିଲେ। ଏଠାରେ ଭୂସ୍ଖଳନ ହେବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଚାପି ହୋଇଯାଇଛନ୍ତି। ଭକ୍ତମାନଙ୍କ ପାଇଁ ଏହା କୌଣସି ପ୍ରଳୟରୁ କମ ନଥିଲା, ତେଣୁ ସେମାନେ ଏବେ ଏହାକୁ ମାତାଙ୍କ କ୍ରୋଧ ବୋଲି କହୁଛନ୍ତି। ମାତାଙ୍କ ତପସ୍ୟାରେ ବାଧା ସୃଷ୍ଟି ହୋଇଛି, ଯାହାଦ୍ୱାରା ସବୁକିଛି ଧ୍ୱଂସ ହୋଇଯିବ। ଆବେଗପ୍ରବଣ ହୋଇ ଭକ୍ତମାନେ ଏଭଳି କହୁଛନ୍ତି

Advertisment

ଯେଉଁ ରାସ୍ତାଗୁଡ଼ିକରେ ମାତା ବୈଷ୍ଣୋ ଦେବୀଙ୍କ ଜୟକାର ଶୁଣାଯାଉଥିଲା, ସେଠାରେ କିଛି ଦିନ ପୂର୍ବେ ଚିତ୍କାର ଓ କାନ୍ଦ ଶୁଣାଗଲା। ନିଜ ଆଖି ଆଗରେ ଲୋକେ ନିଜ ପରିଜନଙ୍କୁ ଭାସିଯାଉଥିବାର ଦେଖିଥିଲେ, ଯାହା ସେମାନଙ୍କ ପାଇଁ ମୃତ୍ୟୁ ଯନ୍ତ୍ରଣାରୁ କମ ନଥିଲା। ସବୁବେଳେ ଭକ୍ତମାନଙ୍କରେ ଗହଳି ଲାଗୁଥିବା ସ୍ଥାନ ଏବେ ଖାଁ ଖାଁ ହୋଇଯାଇଛି ।

ଜମ୍ମୁରେ ବର୍ଷା ୧୧୫ ବର୍ଷର ରେକର୍ଡ ଭାଙ୍ଗିଛି। ଯେଉଁ ଧ୍ୱଂସ ଓ ବନ୍ୟା ଏବେ ଦେଖାଯାଉଛି, ତାହା ପୂର୍ବରୁ କେବେ ହୋଇନଥିଲା। ଏପରି ସ୍ଥିତିରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପାହାଡ଼ରୁ ପଥର କାହିଁକି ଖସୁଛି? ବନ୍ୟାରେ ଘର ଓ ଲୋକେ କାହିଁକି ଭାସିଯାଉଛନ୍ତି ? ଏହା କ’ଣ ଦେବୀଙ୍କ ତପସ୍ୟାରେ ବାଧାର ଫଳ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

Advertisment

ବୈଷ୍ଣୋ ଦେବୀରେ ଘଟିଥିବା ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଭକ୍ତମାନେ କହୁଛନ୍ତି, ଲୋକମାନେ ଯୁଗ ଯୁଗ ଧରି ଚାଲିଥିବା ମାଙ୍କ ତପସ୍ୟାକୁ ଭାଙ୍ଗୁଛନ୍ତି। ମାତା ବୈଷ୍ଣୋ ଦେବୀଙ୍କ ପ୍ରତି ଆସ୍ଥା ରଖୁଥିବା ଜଣେ ଭକ୍ତ କହିଛନ୍ତି, ମୋ ହୃଦୟ କହୁଛି, ମାତା ରାଣୀ ରାଗିଛନ୍ତି। ଗୁମ୍ପାରେ ମାତା ରାଣୀ ତପସ୍ୟା କରୁଛନ୍ତି ଆଉ ଆପଣମାନେ ବାହାରେ ହର୍ନ ବଜାଉଛନ୍ତି। ମାତା ରାଣୀ ଶ୍ରୀରାମଙ୍କ ପାଇଁ ତପସ୍ୟା କରୁଛନ୍ତି ଆଉ ଆପଣମାନେ ଏହା କରିବାକୁ ଦେଉନାହାଁନ୍ତି। ଦିନରାତି ଲୋକମାନେ ଦର୍ଶନ ପାଇଁ ଯାତ୍ରା କରୁଛନ୍ତି ।

ଆଉ ଜଣେ ଭକ୍ତ କହିଛନ୍ତି ଯାହା କିଛି ଡେଭଲପେମଣ୍ଟ କରିବାର ଅଛି ଅନ୍ୟତ୍ର କରନ୍ତୁ । ଏଠି କରନ୍ତୁ ନାହିଁ । ମୁଁ ଏକା କେତେ କହିବି । କେହି ବି ଏବିଷୟରେ କହୁନାହାନ୍ତି ।

Advertisment

ଦେବୀଙ୍କ ତପସ୍ୟା ସହ ଜଡ଼ିତ କାହାଣୀ ଅନୁଯାୟୀ, ମାତା ବୈଷ୍ଣୋ ଦେବୀଙ୍କ ବାଲ୍ୟକାଳର ନାମ ଥିଲା ତ୍ରିକୁଟା, ତାଙ୍କର ଜନ୍ମ ଦକ୍ଷିଣ ଭାରତରେ ଭଗବାନ ବିଷ୍ଣୁଙ୍କ ଅଂଶରୁ ହୋଇଥିଲା। ତ୍ରିକୁଟା ପ୍ରଭୁ ଶ୍ରୀରାମଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ତପସ୍ୟା ଆରମ୍ଭ କରିଥିଲେ। ମାତା ସୀତାଙ୍କୁ ଖୋଜିବା ପାଇଁ ବାହାରିଥିବା ଶ୍ରୀରାମ ରାମେଶ୍ୱରମ ତଟରେ ତ୍ରିକୁଟାଙ୍କୁ ଭେଟିଥିଲେ, ଯେଉଁଠାରେ ତ୍ରିକୁଟା ତାଙ୍କୁ ସ୍ୱାମୀ ରୂପେ ପାଇବାର ଇଚ୍ଛା ପ୍ରକାଶ କରିଥିଲେ। ଶ୍ରୀରାମ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଲଙ୍କାରୁ ଫେରିବା ବେଳେ ସେ ତାଙ୍କ ପାଖକୁ ଆସିବେ, ଯଦି ଦେବୀ ତାଙ୍କୁ ଚିହ୍ନି ପାରନ୍ତି ତେବେ ସେ ତାଙ୍କ ସହ ବିବାହ କରିବେ। କିନ୍ତୁ ସାଧୁ ବେଶରେ ଆସିଥିବା ଶ୍ରୀରାମଙ୍କୁ ଦେବୀ ଚିହ୍ନି ପାରି ନଥିଲେ, ତେଣୁ ଶ୍ରୀରାମ କଲକି ଅବତାର ନେବା ପରେ ଦେବୀଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ। ସେହି ସମୟରୁ ମାତା ବୈଷ୍ଣୋ ଦେବୀ ତ୍ରିକୁଟା ପର୍ବତରେ ବିରାଜମାନ ଅଛନ୍ତି।

ପ୍ରକୃତି ଦେଇଥିଲା ଚେତାବନୀ

ପୂର୍ବରୁ ପ୍ରକୃତି ଧ୍ୱଂସର ଅନେକ ଚେତାବନୀ ଦେଇଥିଲା। ଧ୍ୱଂସ ପୂର୍ବରୁ ଜୋରରେ ବିଜୁଳି ଚମକିଥିଲା। ପଥରର ଛୋଟ ଛୋଟ ଖଣ୍ଡ ରାସ୍ତାରେ ଖସୁଥିଲା ଏବଂ ପାଗ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଏହି କଥାଗୁଡ଼ିକ ସେହି ଲୋକମାନେ କହିଛନ୍ତି, ଯେଉଁମାନେ ଏହି ବନ୍ୟାର ପ୍ରତ୍ୟକ୍ଷଦର୍ଶୀ।

Devotees Landslide Vaishno Devi Shrine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ