Advertisment

Uttarkashi: ବାଦଲଫଟା ବର୍ଷା ଓ ଫ୍ଲାସ ଫ୍ଲଡ ଯୋଗୁ ଛାରଖାର ଉତ୍ତରକାଶୀ, ଧରାଲି ଓ ସୁଖି ଗାଁ ସଂପୂର୍ଣ୍ଣ ଧ୍ବଂସ

ଏବେ ବି ଉତ୍ତରାଖଣ୍ଡର ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି । ପ୍ରବଳ ବର୍ଷା ଯୋଗୁ ଭାରତ-ଚୀନ ସୀମାରେ ଥିବା ଚମୋଲିରେ ରାସ୍ତା ବନ୍ଦ ହୋଇଯାଇଛି ।

ଅଦ୍ୟତନ ହୋଇଛି
Uttarkashi

Uttarkashi

Advertisment

ବାଦଲଫଟା ବର୍ଷା ଓ ଫ୍ଲାସ ଫ୍ଲଡ ଯୋଗୁ ଛାରଖାର ହୋଇଯାଇଥିବା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଥିବା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପ୍ରକୃତିର ତାଣ୍ଡବରେ ଧରାଲି ଓ ସୁଖି ଗାଁ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକୃତିର ବିଭୀଷିକାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

ତେବେ ନିଖୋଜକୁ ସଂଧାନ ପାଇଁ ଜୋରସୋରରେ ଚାଲିଛି ରେସ୍କ୍ୟୁ ଅପରେସନ । ପାଗ ଖରାପ ଥିବାରୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି। ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଧାମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେସ୍କ୍ୟୁ ଅପରେସନ ନେଇ ଧାମିଙ୍କ ସହ କଥା ହୋଇଛନ୍ତି ।

Advertisment

ଏବେ ବି ଉତ୍ତରାଖଣ୍ଡର ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି । ପ୍ରବଳ ବର୍ଷା ଯୋଗୁ ଭାରତ-ଚୀନ ସୀମାରେ ଥିବା ଚମୋଲିରେ ରାସ୍ତା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଚମ୍ପାବତ, ପୌରି ଓ ଉଦ୍ଧମସିଂ ନଗର ଜିଲ୍ଲାରେ ସ୍କୁଲ ବନ୍ଦ କରିଦିଆଯାଇଛି ।

Advertisment

ଏପଟେ ଫ୍ଲାସ ଫ୍ଲଡରେ ଏବେ ଯାଏଁ ୫ ଜଣଙ୍କ ମୃତ୍ୟୁ ଖବର ମିଳିଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଛି । ଉଦ୍ଧାର କାର୍ଯ୍ୟରେ ସେନା, ITBP, SDRF ଓ ଅନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି ।

ଗତକାଲି ଅପରାହ୍ନରେ ପ୍ରଳୟଙ୍କରୀ ବିପର୍ଯ୍ୟୟ ଘଟିଥିଲା। ‍ବାଦଲଫଟା ବର୍ଷାରେ ମାତ୍ର ୩୪ ସେକେଣ୍ଡରେ ସବୁ କିଛି ଛାରଖାର ହୋଇଗଲା। ପାଖାପାଖି ୨୦-୨୫ ହୋଟେଲ୍ ଏବଂ ହୋମ୍ ଷ୍ଟେ ଏହି ଅଚାନକ ବନ୍ୟାରେ ଭାସି ଯାଇଛି। ଅନେକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହା ସହିତ, ଲୋକମାନଙ୍କୁ ନଦୀ ଏବଂ ନାଳଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବାକୁ ନିବେଦନ କରାଯାଇଛି।

ମୌସୁମୀରେ ଲଗାଣ ବର୍ଷା ବିଭିନ୍ନ ରାଜ୍ୟରେ ଭୟଙ୍କର ବିଭୀଷିକା ଆଣିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ବନ୍ୟା ସଙ୍ଗମ ନଗରୀ ପ୍ରୟାଗରାଜରେ ଧନଜୀବନକୁ କଲବଲ କରିଛି। ପ୍ରୟାଗରାଜ ଓ ଆଖପାଖର ବିଭିନ୍ନ ଅଞ୍ଚଳକୁ ବୁଡ଼ାଇଛି ଗଙ୍ଗା ଓ ଯମୁନା ନଦୀରେ ବଢି। ପ୍ରଭାବିତ ହୋଇଛନ୍ତି ୫ ଲକ୍ଷ ଲୋକ। ୬୦ ହଜାରରୁ ଅଧିକ ବାସଶୂନ୍ୟ ହୋଇଛନ୍ତି।

Flash Flood In Uttarakhand Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ