Uttarakhand tunnel rescue
କଥାରେ ଅଛି... ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ଏହି ଘଟଣା ଆଜି ସତ ହୋଇଛି । ଆଉ ମାତ୍ର ଗୋଟିଏ ଭିଡିଓ ସେ ସବୁକୁ ବର୍ଣ୍ଣନା କରୁଛି । ଦୀର୍ଘ ୧୭ ଦିନ ଟନେଲ ଭିତରେ ଫସିଥିବା ଶ୍ରମିକ ମାନେ ୨୮ ତାରିଖ ମୁକୁଳିଛନ୍ତି । ସକାଳର ସୁନେଲି ସୂର୍ଯ୍ୟ କିରଣ ଦେଖିଛନ୍ତି । ଆଉ ସେମାନଙ୍କ ପୁର୍ନଜନ୍ମ ହୋଇଛି । ହେଲେ ଟନେଲରେ ବିତିଥିବା ୧୭ ଦିନର ଜୀବନ ମରଣର ସଂଘର୍ଷ ଶ୍ରମିକଙ୍କ ପାଇଁ କେମତି ଥିଲା ? ସମସ୍ତ ୪୧ ଶ୍ରମିକ ଟନେଲ ଭିତରେ କିପରି ଥିଲେ ? କିଭଳି ଜୀବନ ବିତାଉଥିଲେ ? ନିତ୍ୟ କର୍ମ କେମିତି କରୁଥିଲେ ? କେମିତି ଶୋଉଥିଲେ ୪୧ ଶ୍ରମିକ ? ଏସବୁ କଥା ଆପଣ ନିହାତି ଜାଣିବାକୁ ଚାହୁଁଥିବେ ।
ବର୍ତ୍ତମାନ ଟନେଲ୍ ଭିତରେ ଶ୍ରମିକମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଟନେଲ ଭିତରେ ଫସି ରହିଥିବା ଜଣେ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଶ୍ରମିକ ଜଣକ ଟନେଲ ଭିତରର ସମସ୍ତ ଦୃଶ୍ୟ ଦେଖାଉଛନ୍ତି । ଟନେଲ୍ ଭିତରେ ୮ ଦିନ ବିତାଇବା ପରେ ଭିଡିଓଟି କରାଯାଇଛି ।
ଭିଡିଓରେ ଶ୍ରମିକ ଜଣକ କିଛି କହୁଥିବା ଶୁଣିବାକୁ ମିଳୁଛି । ତାହା ସହ ଶ୍ରମିକ ମାନେ କିପରି ସେଠାରେ ଶୋଉଛନ୍ତି, କେଉଁ ପାଇପ୍ ଦ୍ୱାରା ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚୁଛି, ସବୁ କିଛିକୁ ଗୋଟି ଗୋଟି କରି କହୁଛନ୍ତି ଶ୍ରମିକ ଜଣକ । ଏଥି ସହିତ ଭିଡିଓରେ ଶ୍ରମିକମାନେ ସେଠାରେ କିପରି ଶୋଉଚନ୍ତି ଦେଖିବାକୁ ମିଳୁଛି ।
ଭିଡିଓଟି ୪ ମିନିଟ୍ ୨୫ ସେକେଣ୍ଡର ହୋଇଥିବାବେଳେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେହି ସମୟରେ ଶ୍ରମିକମାନଙ୍କ ସାହସ ଏହି ଭିଡିଓଟି ବର୍ଣ୍ଣନା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701443098.jpg)