/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701311586.jpg)
Uttarkashi tunnel rescue
ଉତ୍ତରକାଶୀ ଟନେଲ୍ ଅପରେସନ ସହ ଯୋଡ଼ି ହୋଇଥିଲା ସାରା ଦେଶ । ୪୧ ଶ୍ରମିକ କିପରି ସୁରକ୍ଷିତ ଉଦ୍ଧାର ହେବେ, ସେଥିଲାଗି ନିରନ୍ତର ପ୍ରାର୍ଥନା କରୁଥିଲେ ୧୪୦ କୋଟି ଭାରତୀୟ। ଟନେଲ୍ ଅପରେସନର ପୂରା କାହାଣୀ କୌଣସି ଫିଲ୍ମ ଷ୍ଟୋରିଠୁ କମ୍ ନଥିଲା । ଆଉ ସତକୁ ସତ ଚର୍ଚ୍ଚା ହେଉଛି ଯେ, ଖୁବ ଶୀଘ୍ର ପରଦାକୁ ଆସିପାରେ ଟନେଲ୍ ଷ୍ଟୋରି।
ଏହାର ନାଁ କଣ ରହିବ, କେଉଁ କେଉଁ ଷ୍ଟାରମାନଙ୍କୁ ଏହାର ଲିଡ୍ ରୋଲରେ ଦେଖିବାକୁ ମିଳିବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ଏସବୁ ଭିତରେ ସୂଚନା ମିଳିଛି ଯେ, ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଉପରେ ଆଧାରିତ ଫିଲ୍ମର ଟାଇଟଲ୍ ରେଜିଷ୍ଟ୍ରେସନ ଲାଗି ମୁମ୍ବାଇରେ ନିର୍ମାତାଙ୍କ ମଧ୍ୟରେ ଏକପ୍ରକାର ଠେଲାପେଲା ଲାଗିଯାଇଛି।
ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା...#UttarakhandTunnelRescue#Filmpic.twitter.com/izj9dGe6vS
— ଓଟିଭି (@otvkhabar) November 30, 2023
ଇଣ୍ଡିଆନ ମୋସନ ପିକ୍ଚର୍ସ ପ୍ରଡ୍ୟୁସର୍ସ ଆସୋସିଆସେନରେ ଫିଲ୍ମ ଆସୋସିଏସନ, ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ପ୍ରଡ୍ୟୁସର୍ସ କାଉନସିଲ ପାଖକୁ ଫିଲ୍ମର ନାଁ ବା ଟାଇଟଲ୍ ପଞ୍ଜୀକରଣ ଲାଗି ଆସିଛି ଅନେକ ପ୍ରସ୍ତାବ । ସେଥିମଧ୍ୟରେ ରହିଛି ରେସ୍କ୍ୟୁ, ରେସ୍କ୍ୟୁ-41, ମିଶନ- 41, ଦି ଗ୍ରେଟ୍ ରେସ୍କ୍ୟୁ ଆଦି ନାଁ ।
ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି ଯେ, ଏଭଳି ଫିଲ୍ମ ହେଲେ ସେଥିରେ ହିରୋ କିଏ ହେବେ । ନାଁ ଗୁଡ଼ିକ ମଧ୍ୟରେ ଆଗରେ ରହିଛି ଅକ୍ଷୟ କୁମାର, ଅଜୟ ଦେବଗନ ଓ ଭିକି କୌଶଲଙ୍କ ନାଁ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)