Advertisment

ଖୋଲୁଛି ଅଙ୍କିତା ମର୍ଡର କେସ୍‌ର ଗୁମର: ‘ଗରିବ ବୋଲି କ’ଣ ୧୦ ହଜାରରେ ବିକ୍ରି ହୋଇଯିବି...’

ରିସୋର୍ଟକୁ ଆସୁଥିବା VIP ଅତିଥିଙ୍କୁ ‘ସ୍ପେଶାଲ୍‌ ସର୍ଭିସ୍’ ଦେବା ପାଇଁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା। ହ୍ୱାଟ୍ସଆପ୍‌ ଚାଟ୍‌ରେ ଏସବୁର ଖୁଲାସା ହୋଇଛି।

author-image
Rajalaxmi Sahoo
Uttarakhand Girl Ankita Bhandari Murder Case

Uttarakhand Girl Ankita Bhandari Murder Case

ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ୍‌ର ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଏକ ରିସୋର୍ଟରେ ରିସେପ୍‌ସନିଷ୍ଟ ଭାବେ କାମ କରୁଥିବା ୧୯ ବର୍ଷୀୟା ଅଙ୍କିତାଙ୍କ ମୃତଦେହ କେନାଲରୁ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶନିବାର ଦିନ ଋଶିକେଶର ଚିଲ୍ଲା କେନାଲରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ବରିଷ୍ଠ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ୍‌ ଆର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଅଙ୍କିତା ନିଖୋଜ ନେଇ ପ୍ରଥମେ ଖବର ଆସିଥିଲା। ଏହାପରେ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment

ତଦନ୍ତ ବେଳେ ଜଣାପଡ଼ିଛି ଯେ, ରିସୋର୍ଟକୁ ଆସୁଥିବା VIP ଅତିଥିଙ୍କୁ ‘ସ୍ପେଶାଲ୍‌ ସର୍ଭିସ୍’ ଦେବା ପାଇଁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା। ହ୍ୱାଟ୍ସଆପ୍‌ ଚାଟ୍‌ରେ ଏସବୁର ଖୁଲାସା ହୋଇଛି। ମେସେଜ୍‌ରେ ଅଙ୍କିତା ତାଙ୍କର ଜଣେ ବନ୍ଧୁଙ୍କୁ ଲେଖିଥିଲେ ଯେ, ‘ମୁଁ ଗରିବ ହୋଇପାରେ, ହେଲେ ୧୦ ହଜାର ଟଙ୍କା ପାଇଁ କେବେବି ନିଜକୁ ବିକ୍ରି କରିବିନି...।’ ସେପ୍ଟେମ୍ବର ୧୮ରେ ଜଣେ ବନ୍ଧୁଙ୍କ ସହ ଅଙ୍କିତା ଏହି ଚାଟ୍‌ କରିଥିଲେ। ଅଙ୍କିତା ଚାଟ୍‌ରେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ଗେଷ୍ଟ ମଦ୍ୟପାନ କରି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତେବେ ରିସୋର୍ଟ ମାଲିକ ପୁଲକିତ୍‌ ଆର୍ଯ୍ୟଙ୍କ ମ୍ୟାନେଜର ଅଙ୍କିତ ଗୁପ୍ତା ଚୁପ୍‌ ରହିବା ପାଇଁ ତାଙ୍କୁ କହିଥିଲେ। ଅଙ୍କିତାଙ୍କୁ ଖରାପ କାମରେ ନିୟୋଜିତ କରିବା ପାଇଁ ତାଙ୍କ ଉପରେ ଚାପ ପକା ଯାଉଥିଲା ବୋଲି ଉତ୍ତରାଖଣ୍ଡ ଡିଜିପି ତାଙ୍କ ବୟାନରେ ଏହା କହିଛନ୍ତି। 

ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛି: ଅଙ୍କିତା

ଅଙ୍କିତା ଚାଟ୍‌ରେ ଆହୁରି ମଧ୍ୟ କହିଥିଲେ ଯେ, ‘ଏହି ରିସୋର୍ଟରେ ମୁଁ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛି। ଦିନେ ଅଙ୍କିତ ଗୁପ୍ତା(ରିସୋର୍ଟ ମ୍ୟାନେଜର) ମୋ ପାଖକୁ ଆସିଥିଲେ ଓ କହିଲେ କିଛି କଥା ଅଛି ବୋଲି। କଥା ହେବା ପାଇଁ ରିସେପସନ୍‌ର ଏକ କୋଣକୁ ମୋତେ ନେଇଯାଇଥିଲେ। ଏହାପରେ ସେ କହିଥିଲେ, ସୋମବାର ଦିନ କିଛି VIP ଗେଷ୍ଟ୍‌ ଆସିବାର ଅଛି। ତେଣୁ ସେମାନଙ୍କୁ ଏକ୍ସଟ୍ରା ସର୍ଭିସ୍‌ ଆବଶ୍ୟକ। ଏହାପରେ ମୁଁ ତାଙ୍କୁ ପଚାରିଥିଲି, ମୁଁ କ’ଣ କରିବି ? ତା’ପରେ ସେ ମୋତେ କହିଥିଲେ ଯେ, ତୁମେ କହୁଥିଲ ତୁମକୁ ସ୍ପା କରି ଆସେ ବୋଲି। ତାଙ୍କର ଏହି କଥାରେ ମୁଁ କହିଥିଲି, ଏକ୍ସଟ୍ରା ସର୍ଭିସ୍‌ କଥା ଆଲୋଚନା ହୋଇଥିଲା, ତା’ହେଲେ ସ୍ପା କଥା କେଉଁଠୁ ଆସିଲା। ତା’ପରେ ସେ ମୋତେ କହିଥିଲେ, ଗାଉଁଳି ଝିଅଙ୍କ ବୋଲି ବ୍ୟବହାର କର ନାହିଁ।’ 

Advertisment

କ’ଣ ମୁଁ ୧୦ ହଜାର ଟଙ୍କାରେ ବିକ୍ରି ହୋଇଯିବି: ଅଙ୍କିତା

ଅଙ୍କିତ କହିଥିଲେ ଯେ, ମୁଁ କହୁ ନାହିଁ ତୁମେ ଏସବୁ କାମ କର ବୋଲି। କିନ୍ତୁ ତୁମ ଜଣାଶୁଣାରେ ଯଦି କେହି ଝିଅ ଅଛନ୍ତି, ତା’ହେଲେ କୁହ। କାରଣ ଗେଷ୍ଟ୍‌ ୧୦ ହଜାର ଟଙ୍କା ଦେବେ। ଏହାପରେ ମୁଁ ତାଙ୍କୁ କହିଥିଲି ଯେ, ମୁଁ ଗରିବ ବୋଲି କ’ଣ, ତୁମର ଏହି ରିସୋର୍ଟ ପାଇଁ ୧୦ ହଜାର ଟଙ୍କାରେ ବିକ୍ରି ହୋଇଯିବି ? ମୁଁ ଜାଣିଛି ସେ(ଅଙ୍କିତ) ଅନ୍ୟ ଝିଅଙ୍କ କଥା ଏଥିପାଇଁ କହିଥିଲେ ଯେ, ଫଳରେ ମୁଁ ୧୦ ହଜାର ଟଙ୍କା ଲୋଭରେ ଆସି ତାଙ୍କର ଏହି କଥାରେ ରାଜି ହୋଇଯିବି। ଏକ୍ସଟ୍ରା ସର୍ଭିସ୍‌ ଅର୍ଥ ଯୌନ ସମ୍ପର୍କ। 

ଅଙ୍କିତାଙ୍କ ବାପା ବୀରେନ୍ଦ୍ର ଭଣ୍ଡାରୀଙ୍କ କହିବା ଅନୁସାରେ, ଅଗଷ୍ଟ ୨୮ରେ ତାଙ୍କ ଝିଅ ରିସୋର୍ଟରେ ଚାକିରି ପାଇଁ ଜଏନ୍‌ କରିଥିଲେ। ହେଲେ ତାଙ୍କୁ ଚାକିରିର ପ୍ରଥମ ମାସର ଦରମା ମଧ୍ୟ ମିଳି ନାହିଁ। ଅଙ୍କିତା ପୌଡ଼ି ଗଢ଼ୱାଲ୍‌ ଜିଲ୍ଲାର ଶ୍ରୀକୋଟ ଗାଁରେ ରହୁଥିଲେ। ତାଙ୍କ ଘରର ଆର୍ଥିକ ସ୍ଥିତି ବହୁତ ଖରାପ। ଅଙ୍କିତାଙ୍କ ବାପା ପ୍ରଥମେ ଶ୍ରମିକ ଭାବେ କାମ କରି ଦି ପଇସା କମାଉଥିଲେ। ହେଲେ ବୟସାଧିକ ଯୋଗୁ ସେ କାମ ଛାଡ଼ି ଦେଇଥିଲେ। ଏହାପରେ ଘରର ସବୁ ଦାୟିତ୍ୱ ଏବେ ଅଙ୍କିତାଙ୍କ ମା’ଙ୍କ ମୁଣ୍ଡ ଉପରେ। ସେ ଅଙ୍ଗନବାଡ଼ିରେ କାମ କରି ଘର ଚଳାଉଛନ୍ତି। ପରିବାରର ଆର୍ଥିକ ସ୍ଥିତି ଦେଖି ଅଙ୍କିତା ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଲୋମା କରି ରିସୋର୍ଟରେ ଚାକିରି ପାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ପରିବାରର ଦୁଃଖର ବୋଝ ଆହୁରି ବଢ଼ି ଯାଇଛି। 

Murder Ankita Bhandari Murder
Advertisment
Advertisment