Advertisment

ଗରିବ ପରିବାରକୁ ମିଳିବ ୩୦ ହଜାର ଟଙ୍କା; ଏହି ସରକାର ଆଣିଲେ ନୂଆ ଯୋଜନା

ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
Uttar Pradesh National Family Benefit Scheme

Uttar Pradesh National Family Benefit Scheme

Advertisment

ଦେଶର ଗରିବ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ସେମାନଙ୍କ ଆର୍ଥିକସ୍ଥିତି ସୁଦୃଢ଼ କରିବାକୁ ସରକାର ବହୁ ଯୋଜନା କରୁଛନ୍ତି । ହେଲେ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାର ଏକ ପଦକ୍ଷେପ ନେଇଛନ୍ତି । ଜାତୀୟ ପରିବାର ଲାଭ ଯୋଜନା ବା (National Family Benefit Scheme)ରେ ଲୋକମାନଙ୍କୁ ୩୦,୦୦୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisment

ଜାତୀୟ ପରିବାର ଲାଭ ଯୋଜନା କ’ଣ ?

National Family Benefit Scheme ହେଉଛି ଜାତୀୟ ପରିବାର ଲାଭ ଯୋଜନା । ଏହି ଯୋଜନା ମାଧ୍ୟମରେ ସରକାର ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାତୀୟ ପରିବାର ଲାଭ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି । ‘ଜାତୀୟ ପରିବାର ଲାଭ ଯୋଜନା’ର ଲାଭ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବ ଲୋକ ନେଇପାରିବେ । ଯେଉଁ ପରିବାରର ଅର୍ଥିକ ସ୍ଥିତି ଦୁର୍ବଳ ରହିଥିବ ସେମାନଙ୍କୁ ଏହି ଯୋଜନା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।

Advertisment

ଯୋଜନାର ଲାଭ କାହାକୁ ମିଳିବ ?

ଏହି ଯୋଜନାରେ ଆବେଦନ କରିବାକୁ ଥିବା ହିତାଧିକାରୀଙ୍କ ପାଇଁ ସରକାର କିଛି ନିୟମ ଆଣିଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ସର୍ବପ୍ରଥମେ, ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ଅଧିବାସୀ ହେବା ଆବଶ୍ୟକ । ତାହା ସହିତ ସେହି ଗରିବ ପରିବାରର ଯଦି ଘରର ମୁରବୀଙ୍କ ପରଲୋକ ହୋଇଥାଏ, ତେବେ ଏହି ଯୋଜନାର ସୁବିଧା ମିଳିପାରିବ।

ଖାଲି ସେତିକି ନୁହେଁ ସରକାରଙ୍କ ନିୟମ ଅନୁସାରେ ସହରାଞ୍ଚଳରେ ରହୁଥିବା ଗରିବ ପରିବାରର ବାର୍ଷିକ ଆୟ ୫୬,୦୦୦ରୁ ଅଧିକ ହୋଇନଥିବା ଆବଶ୍ୟକ । ସେହିପରି ଗ୍ରାମାଞ୍ଚଳର ପରିବାର ପାଇଁ ବାର୍ଷିକ ଆୟ ୪୬,୦୦୦ରୁ ଊର୍ଦ୍ଧ୍ୱ ହୋଇନଥିବ ବୋଲି କୁହାଯାଇଛି । ତାହା ସହିତ ଗରିବ ପରିବାରର ବିପିଏଲ୍ କାର୍ଡ ରହିଥିବା ଆବଶ୍ୟକ ବୋଲି କୁହାଯାଇଛି ।

Advertisment

ଯଦି ହିତାଧୀକାରୀ ଜଣକ ଏହି ଯୋଜନାର ଲାଭ ପାଇବାକୁ ଚାହାନ୍ତି, ତେବେ ଅନଲାଇନରେ ଆବେଦନ କରିପାରିବେ । ସର୍ବପ୍ରଥମେ ସାମାଜିକ କଲ୍ୟାଣ ବିଭାଗର ଅଫିସିଆଲ୍ ୱେବସାଇଟ୍ nfbs.upsdc.gov.in ଜରିଆରେ ଆବେଦନ କରିପାରିବେ ।

Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ