Advertisment

ଭାରତର ଜାତୀୟ ସଂଗୀତ ଗାନ କଲେ, ମୋଦିଙ୍କ ପାଦ ଛୁଇଁଲେ.. ଦେଖନ୍ତୁ ଭିଡିଓ

ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥି ତଥା ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।

ଅଦ୍ୟତନ ହୋଇଛି
Mary Miliben

Mary Miliben

Advertisment

ମୋଦିଙ୍କ ଆମେରିକା ଗସ୍ତ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ମୋଦିଙ୍କୁ ଆମେରିକାରେ ଦିଆଯାଇଛି ଭବ୍ୟ ଆତିଥ୍ୟ । ପ୍ରଶଂସାରେ ପୋତି ପକାଇଛି ଆମେରିକା କଂଗ୍ରେସ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହୋଇଥିଲେ ବି ସେ ତାଙ୍କର ଛାପ ଛାଡ଼ିଯାଇଛନ୍ତି । ଏବେ ବି ଆମେରିକାରେ ମୋଦି ଫିଭର ରହିଛି । ଆଜି ଆମେରିକା ଛାଡ଼ି ମୋଦି ଇଜିପ୍ଟ ଗସ୍ତରେ ବାହାରିଛନ୍ତି ।

Advertisment

ଆମେରିକା କଂଗ୍ରେସ ବୈଠକରେ ମୋଦିଙ୍କ ଭାଷଣ ଶୁଣି ସବୁ ସଦସ୍ୟ ଖୁବ୍‌ ଉତ୍ସାହିତ ହେବା ସହ ତାଳି ମାଡ଼ରେ କମ୍ପାଇଥିଲେ ଗୃହ । ଏମିତିକି ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥିମାନେ ତଥା ବିଭିନ୍ନ ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।

ତେବେ ଏହାରି ଭିତରେ ଆଉ ଏକ ବଡ଼ ଦୃଶ୍ୟ ଦେଖିବାକୁ ମିଳିଛି । ତାହା ହେଲା, ଏହି ବିରାଟ ସଭାରେ ଜଣେ ମହିଳା ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଖାଲି ସେତିକି ନୁହେଁ ପ୍ରଥମେ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ । ପରେ ମହିଳା ଜଣକ ଆସି ମୋଦିଙ୍କ ପାଦ ଛୁଇଁଥିଲେ । ଆଉ ଆର୍ଶୀବାଦ ନେଇଥିଲେ । ଏହି ସମୟରେ ସମ୍ପୂର୍ଣ୍ଣ ଗୃହ ମୋଦି ମୋଦି ନାରାରେ କମ୍ପିଥିଲା । ଭାରତ ମାତା କି ଜୟ ଧ୍ୱନୀରେ ଗୁଞ୍ଜରୀ ଉଠିଥିଲା ପୁରା ଗୃହ । ତାଳିମାଡ଼ ଥମିବାର ନାଁ ଧରୁନଥିଲା । ମୋଦିଙ୍କ ପାଦ ଛୁଇଁଥିବା ଏହି ମହିଳା ଜଣକ ହେଉଛନ୍ତି ଆମେରିକାର ଗାୟିକା ମେରୀ ମିଲିବେନ୍ । 

Advertisment

ତେବେ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇନଥିଲା ବୋଲି ଅନେକଙ୍କ ମତ । ସୋସିଆଲ ମିଡିଆରେ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ସହ ଭାରତର ଜୟ ଜୟ କରୁଛନ୍ତି ସମସ୍ତେ । ବିଦେଶ ମାଟିରେ ଭାରତର ଏଭଳି ଦବ୍‌ଦବା ପୂର୍ବରୂ କେବେ ଦେଖାଯାଇନଥିବା ଅନେକ ମତ ଦେଇଛନ୍ତି । ଗତକାଲି ମୋଦି ନିଜ ଭାଷଣରେ କହିଥିଲେ ‘ଏବେ AIର ଯୁଗ ଆରମ୍ଭ ହୋଇଛି । AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୋଲି ସମସ୍ତ ଜାଣନ୍ତି । କିନ୍ତୁ ଏଠି ମୁଁ କହି ରଖୁଛି ଯେ, AIର ଯୁଗ ଅର୍ଥାତ ଆମେରିକା-ଇଣ୍ଡିଆ ଯୁଗ ଆରମ୍ଭ ହୋଇଛି ।’

ଖାଲି ସେତିକି ନୁହେଁ,ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ମୋଦି । ଏବେ ଭାରତର ଅର୍ଥ ବ୍ୟବସ୍ଥା ଉପରେ ସାରା ବିଶ୍ୱର ନଜର ରହିଥିବା କହିଥିଲେ ମୋଦି । ଭାରତରେ ଯେଉଁଭଳି ଭାବେ ଦ୍ରୁତ ଗତିରେ ପ୍ରଗତି ହେଉଛି, ଏହା କେବଳ ୧୪୦ କୋଟି ଭାରତୀୟଙ୍କ ଦୃଢ ଆତ୍ମବିଶ୍ୱାସ ଯୋଗୁଁ ସମ୍ଭବ ହୋଇଥିବା ମୋଦି କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ ମେକ୍ ଫର୍ ୱାର୍ଲଡ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ