Advertisment

US Election: Donald Trumpଙ୍କୁ ମୋଦି କହିଲେ ‘ହୃଦୟରୁ ବଧାଇ ବନ୍ଧୁ’

ଟ୍ରମ୍ପଙ୍କ ୨ୟ ଇନିଂସରେ ନୂଆ ଶିଖର ଛୁଇଁବ ଭାରତ-ଆମେରିକା ସଂପର୍କ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା କହିଲେ ମୋଦି ।

ଅଦ୍ୟତନ ହୋଇଛି
undefined

Donald Trump

Advertisment

ବୃହତ ବିଜୟ ସହ ପୁଣି ସୁପର ପାୱାର ଆମେରିକାର ସୁପର ବସ୍ ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା। 

Advertisment

ହୃଦୟରୁ ଶୁଭେଚ୍ଛା ମୋ ବନ୍ଧୁ। ହ୍ୱାଇଟ୍ ହାଉସ୍ ଅଭିମୁଖେ ବିଶାଳ, ଐତିହାସିକ ବିଜୟ ପଥରେ ଅଗ୍ରସର ହେଉଥିବା ଭାବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ବିଶ୍ୱନେତା ଭାବେ ଇଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା। ବନ୍ଧୁ ଭାବେ ସମ୍ବୋଧନ। ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ ହେବା ସହ ବିଶ୍ୱରେ ଶାନ୍ତି, ସ୍ଥିରତା ସମୃଦ୍ଧି ବଜାୟ ରଖିବାକୁ ମିଳି ମିଶି କାମ କରିବାର ଆଶା।

ଭାରତରେ ୨୦୧୯ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ହାଓଡି ମୋଦିଠୁ ନେଇ ୨୦୨୦ ୟୁଏସ୍ଏ ନିର୍ବାଚନ ପୂର୍ବରୁ ଆମେରିକାରେ ମୋଦିଙ୍କ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମ। ଦୁଇ ନେତାଙ୍କ ବନ୍ଧୁତ୍ୱର କାହାଣୀ ବିଶ୍ୱକୁ ଅଛପା ନାହିଁ। ତେବେ ୪ ବର୍ଷ ପରେ ପୁଣି ଆମେରିକାର ଭାଗ୍ୟଡୋରି ଡୋନାଲ୍ଡ ଟ୍ରମ୍ପଙ୍କ ହାତକୁ ଯାଉଥିବା ବେଳେ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ? କେତେ ଆଗକୁ ଯିବ ଏ ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ସଂପର୍କ ? 

Advertisment

ବିଶେଷଜ୍ଞଙ୍କ କହିବା କଥା ବାଇଡେନ୍‌ଙ୍କ ଶାସନ କାଳରେ ଥିବା ସଂପର୍କଠୁ ଏ ସଂପର୍କ ନିଶ୍ଚିତ ଭଲ ରହିବ। କାରଣ ଆମେରିକାର ଉଜୁଡ଼ା ଅର୍ଥନୈତିକ ସ୍ଥିତିକୁ ସୁଧାରିବାର ଭରସା ଦେଇ କ୍ଷମତାକୁ ଫେରୁଛନ୍ତି ଟ୍ରମ୍ପ୍। ଏଥିପାଇଁ ଭାରତରେ ବିଭିନ୍ନ କ୍ଷେତ୍ରରେ ଇନଭେଷ୍ଟମେଣ୍ଟ ବା ପୁଞ୍ଜି ନିବେଶ ଭାରତକୁ ଯେତିକି ଫାଇଦା ଦେବ ତାଠୁ ଅଧିକ ଆମେରିକା ପାଇଁ ଲାଭପ୍ରଦ ହେବ।

ସେହିପରି ଆତଙ୍କବାଦ ଲଢ଼େଇ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବଢ଼ିପାରେ। ଟ୍ରମ୍ପ ପାକିସ୍ତାନକୁ ସନ୍ଦେହ ଆଖିରେ ଦେଖିବା ସହ ଚୀନ ବିରୋଧୀ ନେତା ଭାବେ ବି ଜଣାଶୁଣା। ଏବେ ଯଦିଓ ଚୀନ୍ ସହ ଭାରତର ସଂପର୍କରେ ସୁଧାର ଆସିଛି, ତଥାପି ଚୀନଠୁ କଡ଼ା ଆହ୍ୱାନର ସମ୍ମୁଖୀନ ହେଉଥିବା ଆମେରିକା, ଦକ୍ଷିଣ ଏସିଆରେ କ୍ଷମତା ସନ୍ତୁଳନ ରକ୍ଷା କରିବାକୁ ଭାରତକୁ ଅଧିକ ପ୍ରାଧାନ୍ୟ ଦେଇ ପାରନ୍ତି ଟ୍ରମ୍ପ। ସେହିପରି ପ୍ରଥମ ସରକାର ସମୟରେ ଭାରତ ସହିତ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ବଡ଼ ଡିଲ୍ କରିଥିବାରୁ ଏକ୍ଷେତ୍ରରେ ଦୁଇ ଦେଶର ସଂପର୍କ ନୂଆ ଶିଖରକୁ ଯିବା ଆଶା କରାଯାଉଛି।

Advertisment

ଅପରପକ୍ଷେ ପ୍ରଥମଥର ଭଳି ଦ୍ବିତୀୟ ଥର ମଧ୍ୟ ଆମେରିକା ଫାଷ୍ଟ ନାରା ଦେଇ କ୍ଷମତାକୁ ଫେରୁଥିବା ଟ୍ରମ୍ପଙ୍କର ପ୍ରବାସୀଙ୍କୁ ନେଇ ଶକ୍ତ ଆଭିମୁଖ୍ୟ ରହି ଆସିଛି। ଏପରିକି ଆମେରିକାରେ ଅବୈଧ ଭାବେ ରହି ଆସୁଥିବା ପ୍ରବାସୀଙ୍କୁ ଦେଶରୁ ତଡ଼ିବାର ପ୍ରତିଶ୍ରୁତି ଦେଇଛନ୍ତି। ସେ ଦୃଷ୍ଟିରୁ ଅସ୍ଥାୟୀ ଭାବେ ଆମେରିକା ଯାଇ କାମ କରିବାର ବ୍ୟବସ୍ଥା ବା ଏଚ୍ ୱାନ୍ ବି ଭିସାକୁ ଯଦି ଟ୍ରମ୍ପ ଉଚ୍ଛେଦ କରନ୍ତି ତାହେଲେ, ଏହି ଭିସା ବଳରେ ଆମେରିକାରେ ଥିବା ବହୁ ଭାରତୀୟ ଚାକିରି ହରାଇବାର ବି ଆଶଙ୍କା ରହୁଛି। ତେଣୁ ବିଧିବଦ୍ଧ କ୍ଷମତାକୁ ଫେରିବା ପରେ ଟମ୍ପ୍ ପ୍ରଶାସନ ବାସ୍ତବିକ କି ଆଭିମୁଖ୍ୟ ନେଉଛନ୍ତି, ତା ଉପରେ ବି ଭାରତର ନଜର ରହିଛି।

Kamala Harris US Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ