Advertisment

ମୋତେ ଅଯୋଗ୍ୟ ଘୋଷଣା କରିବାର କ୍ଷମତା UPSCର ନାହିଁ: ପୂଜା ଖେଡକର

ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି ।

ଅଦ୍ୟତନ ହୋଇଛି
Puja Khedkar

Puja Khedkar

Advertisment

ଆଇଏଏସ୍ ହେବା ପାଇଁ ବେଆଇନ ଉପାୟ ଅବଲମ୍ବନ କରିଥିବା ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନିକଟରେ UPSC ଅଯୋଗ୍ୟ ଘୋଷଣା କରିଥିଲେ । ଭବିଷ୍ୟତରେ ଆୟୋଗର କୌଣସି ପରୀକ୍ଷାରେ ହାଜର ହେବାକୁ ମଧ୍ୟ ପୂଜାଙ୍କୁ ବାରଣ କରାଯାଇଥିଲା ।

Advertisment

କିନ୍ତୁ, ବର୍ତ୍ତମାନ ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି । ୟୁପିଏସସି ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଖେଡକର ଏହି ଯୁକ୍ତି ବାଢ଼ିଛନ୍ତି ।

ଖେଡକର ତାଙ୍କ ଆଫିଡେଭିଟ୍‌ରେ କହିଛନ୍ତି ଯେ ଥରେ ଆଇଏଏସ୍ ଅଧିକାରୀ ଭାବରେ ମନୋନୀତ ହୋଇ ପ୍ରୋବେସନକୁ ପଠାଯିବା ପରେ ଅଯୋଗ୍ୟ କରିବାର କ୍ଷମତା ଆୟୋଗର ନାହିଁ । ପୂଜା କହିଛନ୍ତି ଯେ ଅଲ ଇଣ୍ଡିଆ ସର୍ଭିସେସ୍ ଆକ୍ଟ ୧୯୫୪ ଏବଂ CSE ୨୦୨୨ର ନିୟମ ୧୯ ଅନୁଯାୟୀ କେବଳ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DOPT) ପ୍ରୋବେସନାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

Advertisment

ସୂଚନା ଅନୁସାରେ ୟୁପିଏସି ଜୁଲାଇ ୩୧ରେ ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱ ମନୋନୟନକୁ ରଦ୍ଦ କରିଦେଇଥିଲେ । ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ ରଖାଯାଇଛି ।

ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏପରି କରି ସିଭିଲ ସର୍ଭିସ ନିୟମ ଉଲଘଂନ କରିଛନ୍ତି । ପୁଣେରେ ଟ୍ରେନି ଆଇଏଏସ୍ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।

Advertisment

ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହେବା ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସସି ପରୀକ୍ଷା ବେଳେ ପୂଜାଙ୍କ ପ୍ରାର୍ଥୀତ୍ବ ଯାଞ୍ଚ କରାଯାଇଥିଲା। ୟୁପିଏସସି ନିକଟରେ ଉପଲବ୍ଧ ତଥ୍ୟକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଇଥିଲା ।

UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ