Advertisment

ପୂଜା ଖେଡକରଙ୍କୁ ବଡ଼ ଝଟକା, ଆଉ ଦେଇପାରିବେନି UPSC ପରିଚାଳିତ କୌଣସି ପରୀକ୍ଷା

ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Puja Khedkar

Puja Khedkar

Advertisment

ବିବାଦୀୟ ହେଲେ, ଚାକିରି ବି ଗଲା। ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କୁ ଜୋରଦାର ଝଟକା । ପୂଜା ହରାଇଛନ୍ତି ଆଇଏଏସ ପଦ। ୟୁପିଏସସି ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥତ୍ବ ମନୋନୟନକୁ ରଦ୍ଦ କରାଯାଇଛି। ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ ରଖାଯାଇଛି ।

Advertisment

ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରି କରି ସିଭିଲ ସର୍ଭିସ ନିୟମ ଉଲଘଂନ କରିଛନ୍ତି । ପୁଣେରେ ଟ୍ରେନି ଆଇଏଏସ୍ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି।

ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହେବା ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସସି ପରୀକ୍ଷା ବେଳେ ପୂଜାଙ୍କ ପ୍ରାର୍ଥୀତ୍ବ ଯାଞ୍ଚ କରାଯାଇଥିଲା। ୟୁପିଏସସି ନିକଟରେ ଉପଲବ୍ଧ ତଥ୍ୟକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଇଛି।

Advertisment

ୟୁପିଏସସି ପକ୍ଷରୁ ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜବାବ ରଖିବାର ସମୟସୀମାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରାଯାଇଥିଲା। ସମୟସୀମା ବୃଦ୍ଧି କରାଯାଇଥିଲେ ବି ସେ ନିଜର ପକ୍ଷ ରଖିବାକୁ ସମର୍ଥ ହୋଇ ନଥିଲେ।

UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ