Advertisment

UPI ପେମେଣ୍ଟ କଲେ ଲାଗିବ କି ଅଧିକ ଚାର୍ଜ ?

ଦେଶରେ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ କରିବା ଲାଗି ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ସହାୟତା ଘୋଷଣା କରାଯାଇଥିଲା।

author-image
Rajalaxmi Sahoo
UPI payments to be charged?

UPI payments to be charged?

UPI(Unified Payments Interface)ପେମେଣ୍ଟ୍‌ କଲେ ଅତିରିକ୍ତ ଚାର୍ଜ ଅର୍ଥାତ୍‌ ଅଧିକ ଟଙ୍କା ଦେବାକୁ ପଡ଼ିବ କି ? ଏନେଇ ଲୋକଙ୍କ ମନ ଭିତରେ ଚାଲିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ସହ କେନ୍ଦ୍ର ସରକାର ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ରବିବାର ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏସମ୍ପର୍କରେ ସ୍ପଷ୍ଟୀକରଣ ରଖାଯିବା ସହ UPI ଏକ "digital public good" ବୋଲି କୁହାଯାଇଛି। UPI ସେବା ପାଇଁ କୌଣସି ଶୁଳ୍କ ଆଦାୟ କରିବା ପାଇଁ ବର୍ତ୍ତମାନ ବିଚାରକୁ ନିଆଯାଇ ନାହିଁ। 

Advertisment

ଟ୍ୱିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟ ଉପାୟରେ ଏହି ଟଙ୍କାକୁ ରିକଭରି କରିବାକୁ ପଡ଼ିବ। ଦେଶରେ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ କରିବା ଲାଗି ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ସହାୟତା ଘୋଷଣା କରାଯାଇଥିଲା।

Advertisment

ସୂଚନାଥାଉ କି, ଏକ ସମୀକ୍ଷା ପେପର ସାମ୍ନାକୁ ଆସିବା ପରେ UPI ନେଣଦେଣ(ଟ୍ରାଞ୍ଜାକ୍ସନ)ରେ ସରକାର ଅତିରିକ୍ତ ଚାର୍ଜ ଲାଗାଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।  ଯାହାକୁ ନେଇ ସାଧାରଣଜନତା ଚିନ୍ତାରେ ପଡ଼ି ଯାଇଥିଲେ। ହେଲେ ଏନେଇ କେନ୍ଦ୍ର ସରକାର ପକ୍ଷରୁ ସ୍ପଷ୍ଟୀକରଣ କରାଯିବା ପରେ ଏବେ ଜନତାଙ୍କୁ ଆଶ୍ୱସ୍ତି ମିଳିଛି। ୟୁପିଆଇ ପେମେଣ୍ଟ ଉପରେ କୌଣସି ଶୁଳ୍କ ଚାର୍ଜ କରିବା ଲାଗି କେନ୍ଦ୍ର ସରକାର ଏଭଳି କିଛି ଯୋଜନା କରି ନାହାନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। 

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଏକ ସମୀକ୍ଷା ପେପର ଜାରି କରିଥିଲା। ଯେଉଁଥିରେ କୁହଯାଇଥିଲା ଯେ, କ’ଣ ଅନ୍‌ଲାଇନ୍‌ ପେମେଣ୍ଟରେ ସ୍ପେଶାଲ୍‌ ଚାର୍ଜ ମର୍ଚାଣ୍ଟ୍‌ ଡିସ୍‌କାଉଣ୍ଟ ରେଟ୍‌(Merchant Discount Rate) ଲାଗିବ କି ? ଏହାକୁ କିପରି ଲାଗୁ କରାଯିବ ? ଏନେଇ RBI ପକ୍ଷରୁ ପରାମର୍ଶ ଲୋଡ଼ା ଯାଇଥିଲା। 

Digital Payments UPI UPI Payments
Advertisment
Advertisment