Advertisment

ଏଣିକି UPI ପେମେଣ୍ଟ୍‌ ଆପ୍‌ରେ ମନ ଇଚ୍ଛା ଟଙ୍କା ପଠାଇ ପାରିବେନି, ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ନୂଆ ନିୟମ...

ଖୁବ୍‌ଶୀଘ୍ର ଗୁଗଲ୍‌ ପେ’, ଫୋନ୍‌ ପେ’, ପେଟିଏମ୍ ଓ ଅନ୍ୟ ୟୁପିଆଇ ପେମେଣ୍ଟ୍‌ ଆପ୍‌(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍‌ ଲାଗୁ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
UPI Payment Apps

UPI apps may impose transaction limit soon

Advertisment

ଏଣିକି ୟୁପିଆଇ ପେମେଣ୍ଟ୍‌ ଆପ୍‌ରେ ମନ ଇଚ୍ଛା ଆଉ ଟଙ୍କା ପଠାଇ ପାରିବେନି। ଖୁବ୍‌ଶୀଘ୍ର ଗୁଗଲ୍‌ ପେ’(Google Pay), ଫୋନ୍‌ ପେ’(PhonePe) ପେଟିଏମ୍(Paytm) ଓ ଅନ୍ୟ ୟୁପିଆଇ ପେମେଣ୍ଟ୍‌ ଆପ୍‌(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍‌ ଲାଗୁ ହେବାକୁ ଯାଉଛି। ଅର୍ଥାତ୍‌ ଆପଣ କିଛି ପରିମାଣର ଟଙ୍କା ହିଁ ୟୁପିଆଇ ପେମେଣ୍ଟ୍‌ ମାଧ୍ୟମରେ କରିପାରିବେ। 

Advertisment

ଅଧିକ ପଢ଼ନ୍ତୁ: QR କୋଡ୍‌ ସ୍କାନ୍‌ କରିବା ସମୟରେ ସାବଧାନ୍‌ ! ଗୋଟିଏ ଭୁଲ, ଖାଲି କରିଦେବ ଆକାଉଣ୍ଟ୍‌

IANS ରିପୋର୍ଟ ଅନୁସାରେ, ଏନେଇ ୟୁପିଆଇ ଡିଜିଟାଲ୍‌ ଅପରେଟ୍‌ କରୁଥିବା ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ସହ ଆଲୋଚନା କରିଛି। ଡିସେମ୍ବର ୩୧ ପ୍ରସ୍ତାବିତ ସମୟସୀମା ସୁଦ୍ଧା ଲିମିଟ୍‌ ପ୍ଲେୟାର ଭଲ୍ୟୁମ୍କୁ ୩୦% ପର୍ଯ୍ୟନ୍ତ ସୀମିତ ରଖିବାକୁ ସଂଗଠନ ଲକ୍ଷ୍ୟ ରଖିଛି। 

Advertisment

ବର୍ତ୍ତମାନ ୟୁପିଆଇ ପେମେଣ୍ଟ୍‌ ଆପ୍‌ରେ କୌଣସି ଟ୍ରାଞ୍ଜାକ୍ସନ ଲିମିଟ୍‌ ନାହିଁ। ଆପଣ ଯେତେ ଟଙ୍କା ଚାହିଁବେ ସେତେ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ରିପୋର୍ଟ ଅନୁସାରେ, Google Pay ଓ PhonePe ଆକାଉଣ୍ଟ ପାଇଁ ପ୍ରାୟ ୮୦% ମାର୍କେଟ୍‌ ଶେୟାର ରହିଛି। ତେବେ ୟୁଜର୍ସଙ୍କ ଆକାଉଣ୍ଟର ସୁରକ୍ଷାକୁ ଦୃଷ୍ଟିରେ ରଖି ଥାର୍ଡ-ପାର୍ଟି ଆପ୍‌ ପାଇଁ ୩୦% ଭଲ୍ୟୁମ୍ କ୍ୟାପ୍‌ ଲାଗି NPCI ପ୍ରସ୍ତାବ ଦେଇଛି। 

ଯଦିଓ ୟୁପିଆଇ ପେମେଣ୍ଟ୍‌ ଆପ୍‌ରେ ଟ୍ରାଞ୍ଜାକ୍ସନ ଲିମିଟ୍‌ ଲାଗୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ତେବେ ଚଳିତ ମାସ ଶେଷ ସୁଦ୍ଧା ଏ ସମ୍ପର୍କରେ NPCI ନିଷ୍ପତ୍ତି ନେଇପାରେ ବୋଲି ଆଶା କରାଯାଉଛି। 

Advertisment
Google Pay Paytm Phone Pay UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ