• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତରପ୍ରଦେଶ ପୋଲିସ ବାବୁମାନଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୋଲିସ ବାବୁଙ୍କ ବିନ୍‌ରେ କନ୍‌ଷ୍ଟେବଳ ନାଗିନ୍‌ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ସ୍ୱାଧିନତା ଦିବସ ଅବସରରେ ପିଲିଭିତ୍‌ ଜିଲ୍ଲା କୋତୱାଲିରେ ସୁଟିଂ କରାଯାଇଥିବାର କୁହାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲିସ ଅଫିସର ନାଗିନ୍‌ ଗୀତରେ ନାଚୁଛନ୍ତି, କନ୍‌ଷ୍ଟେବଳ ସାପ ହୋଇ ତଳେ ନାଚୁଥିବା ବେଳେ ସବ୍‌ଇନ୍ସପେକ୍ଟର ଜଣକ ହାତରେ ବିନ୍‌ ଧରି ନଚାଉଛନ୍ତି । ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସ୍ୱାଧିନତା ଦିବସର ପ୍ରସ୍ତୁତି ଚାଲିଥିବା ବେଳେ ଏହି ଭିଡିଓଟିକୁ ସୁଟ୍‌ କରାଯାଇଛି । ପୋଲିସ ଅଫିସର ଜଣକ ନାଚୁଥିବା ବେଳେ ଅନ୍ୟ ଅଧିକାରୀମାନେ ତାଳି ମଧ୍ୟ ମାରୁଛନ୍ତି ।

 

ଏହି ଭିଡିଓକୁ ଟ୍ୱିଟର୍‌ରେ ଜେକି ଯାଦବ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ସେ ଭିଡିଓରେ କ୍ୟାପ୍ସନ୍‌ରେ ଲେଖିଛନ୍ତି ଯେ, ଇନ୍ସପେକ୍ଟର ବାବୁ ବିନ୍‌ ଧରି କନ୍‌ଷ୍ଟେବଳଙ୍କୁ ନଚାଉଛନ୍ତି । ଏହି ଭିଡିଓକୁ ଏଯାଏଁ ୭୪ ହଜାର ଲୋକ ଦେଖିସାରିଛନ୍ତି ଓ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । କେତେକ କମେଣ୍ଟରେ ଲେଖିଛନ୍ତି ଯେ, ପୋଲିସ ବାବୁଙ୍କୁ ମଧ୍ୟ ମଜା କରିବାର ଅଧିକାର ଅଛି । ଏହାଦ୍ୱାରା କାହାର କୌଣସି କ୍ଷତି ମଧ୍ୟ ହେଉନାହିଁ ।

ବହୁବାର ଇଣ୍ଟରନେଟ୍‌ରେ ପୋଲିସବାବୁ ମାନଙ୍କ ଏଭଳି କିଛି ଭିଡିଓ ଦେଖିବାକୁ ମିଳେ ଏବଂ ବେଶ୍‌ ଭାଇରାଲ ମଧ୍ୟ ହୋଇଥାଏ । ଅନେକଥର ପୋଲିସଙ୍କୁ ଏନେଇ ପ୍ରଶଂସା ମଧ୍ୟ କରାଯାଇଛି ।