Advertisment

ଗଙ୍ଗାନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଲ-ରୋଡ୍ ବ୍ରିଜ୍

ଉପରେ ଚାଲିବ ଅନ୍ୟାନ୍ୟ ଯାନ, ତଳେ ଚାଲିବ ଟ୍ରେନ୍ । ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।

Rail Road Bridge

Rail Road Bridge

Advertisment

କାଶୀରେ ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଲ-ରୋଡ୍ ବ୍ରିଜ୍। ୨ ଥାକିଆ ବିଶିଷ୍ଟ ଏହି ଗୋଟିଏ ବ୍ରିଜରେ ରହିବ ମୋଟ୍ ୧୦ଟି ଲେନ୍। ଉପରେ ରହିବ ଅନ୍ୟାନ୍ୟ ଯାନବାହନ ଚଳାଚଳ ପାଇଁ ୬ଟି ରାସ୍ତା ଏବଂ ତଳେ ରହିବ ୪ଟି ଟ୍ରେନ୍ ଲାଇନ୍। ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ;ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ରେଳ ମନ୍ତ୍ରଣାଳୟର ପ୍ରସ୍ତାବିତ ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ। ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରଣାସୀ ଏବଂ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ।

Advertisment

ବାରଣାସୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (ଡିଡିୟୁ) ଜଙ୍କସନ୍ ରୁଟ୍ ଉଭୟ ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ। କୋଇଲା, ସିମେଣ୍ଟ ଏବଂ ଖାଦ୍ୟଶସ୍ୟ ପରି ସାମଗ୍ରୀ ପରିବହନ ସହିତ ପର୍ଯ୍ୟଟନ ଏବଂ ଶିଳ୍ପ ଚାହିଦା ପୂରଣ କରିବାରେ ଏହାର ଭୂମିକା ଥିବାରୁ ପ୍ରବଳ ଭିଡ଼ ହେଉଛି ଏହି ରୁଟରେ। ଏହାର ସମାଧାନ ପାଇଁ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ସଡକ ପୋଲ ଏବଂ ତୃତୀୟ ଓ ଚତୁର୍ଥ ରେଳଲାଇନ୍‍ ସମେତ ଭିତ୍ତିଭୂମିର ଉନ୍ନତିକରଣର ଆବଶ୍ୟକତା ରହିଛି। ୟୁପିର ୨ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦ କିଲୋମିଟର ବୃଦ୍ଧି କରିବ।

Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ