Advertisment

ଭୁଲ କେସ୍‌ରେ ଜେଲ୍‌ ପଠାଇଥିଲେ, ବେଲ୍‌ରେ ଆସି ଓକିଲାତି ପଢ଼ି ନିଜକୁ ମୁକୁଳାଇଲେ

ବିନା ଦୋଷରେ ଜେଲ୍‌ ଦଣ୍ଡ ଭୋଗିବା ପରେ ଅମିତଙ୍କ ମନୋବଳ ଭାଙ୍ଗିନଥିଲା। ଦୁଇ ବର୍ଷ ଜେଲ୍‌ରେ ରହିବା ପରେ ୨୦୧୩ରେ ଜାମିନରେ ଆସିଥିଲେ ଅମିତ୍। ଜାମିନ୍‌ରେ ଆସି ସେ ବିଏ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ପଢ଼ିଥିଲେ ।

UP man studies law, fights own case

UP man studies law, fights own case

Advertisment

ହତ୍ୟା ଅଭିଯୋଗରେ ମିଛରେ ଫସାଇଲେ । ଆଉ ଜେଲ୍‌ ବି ପଠାଇଲା। ବିନା ଦୋଷରେ କିନ୍ତୁ ଜେଲ୍‌ ଯାଇ ହରାଇ ନ ଥିଲେ ମନୋବଳ। ଜେଲ୍‌ରୁ ବେଲ୍‌ରେ ଆସିବା ପରେ ନିଜେ ଓକିଲାତି ପଢ଼ିଲେ । ଆଉ ନିଜ କେସ୍‌ ନିଜେ ଲଢ଼ି ନିର୍ଦ୍ଦୋଶରେ ଖଲାସ ହେଲେ । ଏମିତି କାହାଣୀ ଆପଣ ଫିଲ୍ମରେ ଶୁଣିଥିବେ କିନ୍ତୁ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଟ୍‌ରେ। ଉତ୍ତରପ୍ରଦେଶ ବାସିନ୍ଦା ଅମିତ ଚୌଧୁରୀଙ୍କୁ ବୟସ ୧୮ ବର୍ଷ ହୋଇଥିବାବେଳେ ତାଙ୍କ ବିରୋଧରେ ଏକ ହତ୍ୟା ଅଭିଯୋଗ ହୋଇଥିଲା। ଭୁଲରେ ତାଙ୍କୁ ଜଣେ ଗ୍ୟାଙ୍ଗଷ୍ଟର୍‌ ମନେକରି ୨ ଜଣ କନେଷ୍ଟବଳଙ୍କୁ ହତ୍ୟା କରିଥିବା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଥିଲା।

Advertisment

କନଷ୍ଟେବଳଙ୍କ ହତ୍ୟା ମାମଲାରେ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସେତବେଳର ମୁଖ୍ୟମନ୍ତ୍ରୀ ମାୟାବତୀ । ଯାହା ପରେ ଅମିତଙ୍କୁ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବୋଲି ଦର୍ଶାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଅମିତ୍ ଏହି ଘଟଣା ସମୟରେ ମିରଟ୍‌ରେ ନୁହେଁ ବରଂ ତାଙ୍କ ଭଉଣୀଙ୍କ ସହ ଶାମଲି ଜିଲ୍ଲାରେ ଥିଲେ। ଏହା ସତ୍ତ୍ୱେ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଦିଆଯାଇଥିଲା ଏବଂ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥିଲା।

ବାଗପାଟର କିର୍ତ୍ତଲ ଗାଁର ଜଣେ କୃଷକଙ୍କ ପୁଅ ଅମିତ କହିଛନ୍ତି ଯେ ମୁଜାଫରନଗର ଜେଲରେ ଅନିଲ ଦୁଜାନା ଏବଂ ବିକି ତ୍ୟାଗୀଙ୍କ ଭଳି ଗ୍ୟାଙ୍ଗଷ୍ଟର ମୋତେ ନିଜ ଗ୍ୟାଙ୍ଗରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଜେଲର୍‌ ଉତ୍ତମ ସ୍ୱଭାବସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଗ୍ୟାଙ୍ଗଷ୍ଟାରଙ୍କୁ ରଖାଯାଉ ନ ଥିବା ଏକ ବାରାକ୍‌ରେ ମତେ ରଖିଥିଲେ।

Advertisment

ବିନା ଦୋଷରେ ଜେଲ୍‌ ଦଣ୍ଡ ଭୋଗିବା ପରେ ଅମିତଙ୍କ ମନୋବଳ ଭାଙ୍ଗି ନ ଥିଲା । ଦୁଇ ବର୍ଷ ଜେଲ୍‌ରେ ରହିବା ପରେ ୨୦୧୩ରେ ଜାମିନରେ ଆସିଥିଲେ ଅମିତ୍। ଜାମିନ୍‌ରେ ଆସି ସେ ବିଏ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ପଢ଼ିଥିଲେ । ଶେଷରେ ବାର୍‌ କାଉନସିଲ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା ପରେ ସେ ନିଜେ ହିଁ ତାଙ୍କ କେସ୍‌ ଲଢ଼ିବା ପାଇଁ ମନସ୍ଥ କରିଥିଲେ।

ଅମିତ କହିଛନ୍ତି ଯେ, ଓକିଲ ଭାବେ ମୁଁ ମୋ ମାମଲା ଲଢ଼ିବାକୁ ଅଦାଲତରେ ହଜାର ହୋଇଥିଲି । କାଠଗଡ଼ାରେ ଠିଆ ହୋଇଥିବା ଅଫିସରଙ୍କ ସାମ୍ନାରେ ମୁଁ ଠିଆ ହୋଇଥିବା ସତ୍ତ୍ୱେ ସେ ମୋତେ ଚିହିଁ ପାରିନଥିଲେ । ଏହା ବିଚାରପତିଙ୍କୁ ବିସ୍ମିତ କଲା। ସେ ମଧ୍ୟ ଅନୁଭବ କରିଥିଲେ କି ମୋତେ ଏହି କେସ୍‌ରେ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଛି। ତେବେ ଏହି ହତ୍ୟା ମାମଲାରେ ପ୍ରମାଣ ମିଳୁନଥିବା ଦର୍ଶାଇ ଅଦଲାତ ଅମିତ ଚୌଧୁରୀଙ୍କ ସମେତ ୧୩ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ।

Advertisment
Uttar Pradesh India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ