• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଳିଆ ବୁହା ଗାଡ଼ିରେ ମୋଦି ଓ ଯୋଗୀଙ୍କ ଫଟୋ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ, ଅଳିଆ ଗାଡ଼ିରେ ବୋହି ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ମ୍ୟୁନିସିପାଲିଟି କର୍ପୋରେସନ୍ ତୁରନ୍ତ ସଫେଇ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି । ଦେଶର ଦୁଇ ନେତାଙ୍କ ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମଥୁରାରେ ଏପରି ଅଭାବନୀୟ ଘଟଣା ଘଟିଛି ।

ମଥୁରା ସୁବାଷ ଯୁକ୍ତ ଦୁଇ କଲେଜ୍‌ ପାଖରେ ଜଣେ ସଫେଇବାଲା ନିଜ ଅଳିଆ ବୁହା ଗାଡ଼ିରେ ମୋଦି ଓ ଯୋଗୀଙ୍କ ଫଟୋ ସହ ମଇଳା ଉଠାଉଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ ଅଟକାଇଥିଲେ । ଅଳିଆ ଗାଡ଼ିରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ପୂରା ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ ।

ଅନ୍ୟପଟେ ସେମାନେ ଉଭୟଙ୍କ ଫଟୋକୁ ଆବର୍ଜନା ଗାଡ଼ିରୁ ବାହାର କରି ସଫା କରିଥିଲେ । ଦେଶର ନେତାଙ୍କ ପ୍ରତି ଏତାଦୃଶ୍ୟ ବ୍ୟବହାରକୁ ନିନ୍ଦା କରିଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମ୍ୟୁନିସିପାଲିଟି ନିଗମର ବରିଷ୍ଠ ଅଧିକାରୀ ସଫେଇ କର୍ମଚାରୀ ବବିଙ୍କୁ ବରଖାସ୍ତ କରିଛନ୍ତି ।

ହେଲେ ସଫେଇ କର୍ମଚାରୀ କହିଛନ୍ତି, କିଛି ମନ୍ଦ ଉଦ୍ଦେଶ୍ୟ ନେଇ ମୁଁ ଏପରି କରିନି । ପଡ଼ି ରହିଥିବା ଫଟୋକୁ ମୁଁ ଅଳିଆ ଗାଡ଼ିରେ ଉଠାଇ ନେଉଥିଲି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆବର୍ଜନା ଗାଡ଼ିକୁ କେଉଁଠୁ ଆସିଲା ମୋଦି ଓ ଯୋଗୀଙ୍କ ଫଟୋ । ତଦନ୍ତ ପରେ ହିଁ ଘଟଣା ସ୍ପଷ୍ଟ ହୋଇଯିବ ।

ତେବେ ଏନେଇ ମଥୁରା-ବୃନ୍ଦାବନର ପୌରପାଳିକା କମିଶନର ସତ୍ୟେନ୍ଦ୍ର କୁମାର ତିୱାରି କହିଛନ୍ତି, “ସଫେଇ କର୍ମଚାରୀ ଜଣଙ୍କ ଅଜାଣତରେ ଫଟୋଗୁଡ଼ିକ ଅଳିଆ ଗାଡ଼ିରେ ରଖି ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି ।