Advertisment

ମୋଦିଙ୍କ ସବୁଠାରୁ ବଡ଼ ରାଲି, ୧୦ ଲକ୍ଷ ଲୋକଙ୍କୁ ଏକାଠି ଲକ୍ଷ୍ୟ..

ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।

Narendra Modi

Narendra Modi

Advertisment

ଲକ୍ଷ୍ନୌ: ୨୦୨୨ ଉତ୍ତରପ୍ରେଦଶ ନିର୍ବାଚନ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହାତେଇବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଛି । ବିଜେପି ନିଜର ଦବଦବା ଜାହିର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଆସନ୍ତା ବର୍ଷ ଜାନୁଆରୀରେ ବିଜେପି ପକ୍ଷରୁ ଏକ ମେଗା ରାଲି ଆୟୋଜନ ହେବାକୁ ଯାଉଛି । ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।

Advertisment

ଜାନୁଆରୀ ୯, ୧୦ କିମ୍ବା ୧୧ରେ ପ୍ରଧାନମନ୍ତ୍ରୀ ମୋଦି କରିପାରନ୍ତି ରାଲି

ମିଳିଥିବା ଭିତିରି ସୂଚନା ଅନୁଯାୟୀ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମେଗା ରାଲି ପାଇଁ ବିଜେପି ପ୍ରାୟ ୧୦ ଲକ୍ଷ ଲୋକଙ୍କ ଭିଡ ଜମା କରିବାକୁ ଯୋଜନା କରୁଛି । ତେବେ କରୋନା ମହାମାରୀ ସମୟରେ ଏତେ ବଡ଼ ଭିଡ଼କୁ କେମିତି ଅନୁମତି ମିଳିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ରାଲି ଆୟୋଜିତ ହେବ ବୋଲି କୁହାଯାଉଛି । ସୂଚନାନୁସାରେ, ଜାନୁଆରୀ ୯, ୧୦ କିମ୍ବା ୧୧ ତାରିଖରେ ଏହି ରାଲି କରାଯାଇପାରେ ।

ଏହି ରାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ବଡ଼ ରାଲି

ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ରାଲି କରିଛନ୍ତି, ସେହି ସବୁଠାରୁ ବଡ଼ ରାଲି ହେବ ଏହି ଲକ୍ଷ୍ନୌ ସମାବେଶ । ଡିସେମ୍ବର ୧୯ ତାରିଖରୁ ଉତ୍ତରପ୍ରଦେଶ ବିଜେପି ୬ଟି ବିଧାନସଭା ମଣ୍ଡଳିରେ ଆରମ୍ଭ କରିଥିବା ଯାତ୍ରା, ଏହି ଲକ୍ଷ୍ନୌ ରାଲିରେ ପହଞ୍ଚି ଶେଷ ହେବ । ଲକ୍ଷ୍ନୌର ଡିଫେନ୍ସ ଏକ୍ସପୋ ପଡ଼ଆରେ ବିଜେପି ଏହି ବିରାଟ ସମାବେଶର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ମିଳିଥିବା ସୂଚନାନୁସାରେ, ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ରାଲି ସମ୍ପନ୍ଧରେ ବିସ୍ତୃତ ଆଲୋଚନା ହୋଇଛି । ଏହା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Advertisment
Narendra Modi BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ