Advertisment

ଶୀତରେ ଥରୁଥିବା ଲୋକକୁ ନିଜ ଜ୍ୟାକେଟ୍‌ ଦେଇଦେଲେ ଉପମୁଖ୍ୟମନ୍ତ୍ରୀ

ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍‌ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।

ଅଦ୍ୟତନ ହୋଇଛି
Uttar Pradesh Brajesh Pathak

Uttar Pradesh Brajesh Pathak

Advertisment

ଉପମୁଖ୍ୟମନ୍ତ୍ରୀଙ୍କ ଉଦାରତା । ନିଜ ଦାମୀ ଭେଷ୍ଟ ଜ୍ୟାକେଟ୍‌ କରିଦେଲେ ଦାନ । ଲକ୍ଷ୍ନୌର ବଳରାମପୁର ମେଡିକାଲରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ଶୀତରେ ଥରୁଥିଲେ । ଏହାକୁ ଦେଖି ତରଳିଗଲା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ୍‌ଙ୍କ ହୃଦୟ । ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍‌ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।

Advertisment
Brajesh Pathak(Brajesh Pathak)

ମଙ୍ଗଳବାର ବ୍ରଜେଶ ପାଠକ ମେଡିକାଲରେ ଚାଲିଥିବା କୋଭିଡ୍ ମୁକାବିଲାର ମକ୍‌ଡ୍ରିଲ୍‌ ଅନୁଧ୍ୟାନ କରିବାକୁ ଯାଇଥିଲେ । ଆଗାମୀ ଦିନରେ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ିପାରେ, ତେଣୁ ଏହାର ମୁକାବିଲା ପାଇଁ  ସବୁଠି ମକ୍‌ଡ୍ରିଲ୍‌ କରାଯାଉଛି । ଏହାର ଅନୁଧ୍ୟାନ କରିବାକୁ ଯାଇଥିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।

କେବଳ ମେଡିକାଲ ନୁହେଁ, ମେଡିକାଲ କଲେଜ ତଥା ବଡ଼ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ବି କରାଯାଉଛି ମକ୍‌ଡ୍ରିଲ୍‌ ।

Advertisment
Brajesh Pathak(Brajesh Pathak)
Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ