ପ୍ରକାଶ ପାଇଲା UPSC ପରୀକ୍ଷା ଫଳ, ଓଡ଼ିଆ ପୁଅ ଅନିମେଶ ପାଇଲେ ଦ୍ୱିତୀୟ ରାଙ୍କ

ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି ।

UPSC Result

ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଡି.ଅନନ୍ୟା ରେଡ୍ଡୀ । ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଥିବା ବେଳେ ପଞ୍ଚମରେ ରୁହାନୀ ରହିଛନ୍ତି ।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରୁ ୨୪ ରାଙ୍କ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି ।

ସେହିପରି ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କ ଶୁଭ୍ରା ପଣ୍ଡା ରହିଛନ୍ତି । ସେହିପରି ୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କ ବିଶ୍ୱଜିତ ପଣ୍ଡା ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସର୍ବ ଭାରତୀୟସ୍ତରରେ ଦ୍ୱିତୀୟ ରାଙ୍କରେ ଅନିମେଶ ପ୍ରଧାନ ରହିଛନ୍ତି ।

ସୂଚନାଯୋଗ୍ୟ, UPSC ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସ ପରୀକ୍ଷା କରାଇଥାଏ । ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ । ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ ।