Advertisment

‘ଆଦିବାସୀ ଝିଅଙ୍କୁ ଉଚ୍ଚ ପଦରେ ଦେଖିଲେ ଏମାନଙ୍କର ବଦହଜମୀ ହୁଏ'

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଥିଲେ TMC ନେତା ଅଖିଳ ଗିରି।

author-image
Rajalaxmi Sahoo
Union Minister Arjun Munda Reacts TMC minister's Insulting Remark On President

Union Minister Arjun Munda Reacts TMC minister's Insulting Remark On President

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଥିଲେ TMC ନେତା ଅଖିଳ ଗିରି। 

Advertisment

‘ଆମେ ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ। ତେବେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି’ ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଥିଲେ ଅଖିଳ ଗିରି।  ଏନେଇ ଏବେ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ସମାଲୋଚନା ସହ ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି। ଅଖିଳଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି। 

ଅଖିଳ ଗିରି ଏଭଳି ମନ୍ତବ୍ୟ ଦେଇ ସାରା ଦେଶକୁ ଅପମାନିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, କୌଣସି ମହିଳା କିମ୍ବା କୌଣସି ଆଦିବାସୀ ଝିଅ ଉଚ୍ଚପଦରେ ବସିଲେ, ଏମାନଙ୍କର ହଜମ ହୁଏନି। ତେଣୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏମିତି କହିଛନ୍ତି ମମତା ବାନାର୍ଜୀଙ୍କର ଜଣେ ମନ୍ତ୍ରୀ ଅଖିଳ ଗିରି।‘ ଏଭଳି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା।

Advertisment

ସେପଟେ ଚାରିଆଡୁ ପ୍ରତିବାଦ ପରେ ଅଖିଳ ମତ ବଦଳାଇଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି। ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ସେପରି ମତ ଦେଇଥିବା ସେ ସଫେଇ ଦେଇଛନ୍ତି। କ୍ରୋଧାନ୍ୱିତ ହୋଇ ଏପରି କହିଥିବାରୁ ସେ ଅନୁତପ୍ତ ବୋଲି କହିଛନ୍ତି। 

President Of India Draupadi Murmu
Advertisment
Advertisment