Amit Shah On New Law
ଏଣିକି ୯୦ ଦିନରେ ଭିତରେ ହେବ ଚାର୍ଜସିଟ୍ । ଏନେଇ ଆଜି ନୂଆ ଆଇନ୍ରେ ବ୍ୟବସ୍ଥା କରାଯାଇଛି । ଏହି ଆଇନ୍କୁ ସମସ୍ତେ ମାନିବାକୁ ବାଧ୍ୟ । ପୋଲିସ ବାବୁ ଏଣକି ବିଭିନ୍ନ ଆଳ ଦେଖାଇ ଚାର୍ଜସିଟ୍ ଫାଇଲ୍ କରିବାରେ ବିଳମ୍ବ କରିପାରିବେ ନାହିଁ ।
କେସ୍ ହେବାର ଅନ୍ୟୁନ ୯୦ ଦିନ ଭିତରେ କେସ୍ ଅଧିକାରୀଙ୍କୁ ଚାର୍ଜସିଟ୍ ଦାଖଲ କରିବାକୁ ହେବ । ତେବେ କୋର୍ଟ ଚାହିଁଲେ ହିଁ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ସେପଟେ ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ କରିବାକୁ ମଧ୍ୟ କୁହାଯାଇଛି । ଖାଲି ସେତିକି ନୁହେଁ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ: ନ୍ୟାୟ ପାଇବେ ଦୁଷ୍କର୍ମ ପୀଡ଼ିତା; ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ
ଅନ୍ୟପଟେ ନୂଆ ଆଇନ୍ରେ ଏହା ମଧ୍ୟ କୁହାଯାଇଛି ଯେ ହଟିଯିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା । ଆଇପିସି, ସିଆର୍ପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି । ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ କରାଯାଇଛି । ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି । ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ ।
ସେହିପରି ସିଆର୍ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଆଇଇଏ ହଟି ତା’ ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ । ବିଲ୍ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ ।
ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ । ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି ।
ସେହିପରି ସିଆରପିସିରେ ୫୩୩ ଧାରା ରହିବ । ହେଲେ ବଦଳିବ ୧୬୦ ଧାରା । ସିଆର୍ପିସିରେ ସାମିଲ ହେବ ୯ ନୂଆ ଧାରା । ୯ ଧାରା ଉଚ୍ଛେଦ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।
#WATCH | Union Home Minister Amit Shah says, "...Under this law, we are repealing laws like Sedition...," as he speaks on Bharatiya Nyaya Sanhita Bill, 2023; The Bharatiya Sakshya Bill, 2023 and The Bharatiya Nagrik Suraksha Sanhita Bill in Lok Sabha. pic.twitter.com/CHlz0VOf7Z
— ANI (@ANI) August 11, 2023
#WATCH | Union Home Minister Amit Shah speaks on Bharatiya Nyaya Sanhita Bill, 2023; The Bharatiya Sakshya Bill, 2023 and The Bharatiya Nagrik Suraksha Sanhita Bill in Lok Sabha.
He says, "From 1860 to 2023, the country's criminal justice system functioned as per the laws made… pic.twitter.com/TIcoeaXvjG
— ANI (@ANI) August 11, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691743534.jpg)