Advertisment

କମିଲା ଗ୍ୟାସ୍‌ ଦର ! ଘରୋଇ LPG ସିଲିଣ୍ଡର ପିଛା ୨୦୦ ଟଙ୍କା

ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।

LPG Gas Cylinder

LPG Gas Cylinder

Advertisment

ଗ୍ୟାସ୍ ସିଲିଣ୍ଡରରେ ଉପରେ ବଡ଼ ରିହାତି । ସିଲିଣ୍ଡର ପିଛା ସବୁ ଉପଭୋକ୍ତାଙ୍କ ପାଇଁ ୨ ଶହ ଟଙ୍କାର ରିହାତି ଘୋଷଣା । ଉଜ୍ଜଳା ଉପଭୋକ୍ତାଙ୍କୁ ପୂର୍ବ ରିହାତିକୁ ମିଶାଇ ମିଳିବ ୪ଶହ ଟଙ୍କାର ସବସିଡି । ଆଜି ଏହି ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ଆସନ୍ତାକାଲିଠାରୁ ୧୪.୨ କିଲିଆ LPG ସିଲିଣ୍ଡର ଉପରେ ଲାଗୁ ହେବ ଏହି ନୂଆ ଦର । ରାଜଧାନୀ ଭୁବନେଶ୍ୱରରେ ଏବେ ଗ୍ୟାସ ସିଲିଣ୍ଡର ପିଛା ୧୧୨୯ ଟଙ୍କା ପଡୁଥିବା ବେଳେ ଏହାର ଦର ୯୨୯ ଟଙ୍କାକୁ ଖସି ଆସିବ।

Advertisment

ସେହପରି ପିଏମ୍ ଉଜ୍ଜଳା ଯୋଜନାରେ ଉପଭୋକ୍ତାଙ୍କୁ ପୂର୍ବରୁ ୨୦୦ ଟଙ୍କା ସବସିଡି ମିଳୁଥିବା ବେଳେ, ଏବେକାର ଆଉ ୨୦୦ ଟଙ୍କାର ଦର ହ୍ରାସକୁ ମିଶାଇ ମୋଟ୍ ୪୦୦ ଟଙ୍କାର ଫାଇଦା ମିଳିବ । ଅର୍ଥାତ ଭୁବନେଶ୍ୱରରେ ଜଣେ ଉଜ୍ଜଳା ହିତାଧିକାରୀ ୭୨୯ ଟଙ୍କାରେ ଗୋଟିଏ ସିଲିଣ୍ଡର ପାଇପାରିବେ । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କିତ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ରକ୍ଷା ବନ୍ଧନ ଓ ଓନମ୍ ପର୍ବ ଅବସରରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଭେଟି ।

ନରେନ୍ଦ୍ର ମୋଦି କ୍ଷମତାକୁ ଆସିଲା ବେଳେ ଦେଶରେ ମାତ୍ର ସାଢେ ୧୪ କୋଟି ଗ୍ୟାସ୍ ଉପଭୋକ୍ତା ଥିଲେ । ଏବେ ଏହା ୩୩ କୋଟିରେ ପହଞ୍ଚିଲାଣି । ସେଥିମଧ୍ୟରୁ ଉଜ୍ଜଳା ଉପଭୋକ୍ତା ହେଉଛନ୍ତି ୯ କୋଟି ୬୦ ଲକ୍ଷ । ସେପଟେ ଆହୁରି ୭୫ ଲକ୍ଷ ଉଜ୍ଜଳା ସଂଯୋଗ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ଫଳରେ ଉଜ୍ଜଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷକୁ ବୃଦ୍ଧି ପାଇବ । ନୂଆ ଉଜ୍ଜଳା ହିତାଧିକାରୀଙ୍କୁ ୩୬ଶହ ଟଙ୍କା ମୂଲ୍ୟର ଗ୍ୟାସ୍ ଚୁଲା ଓ ସିଲିଣ୍ଡର ମାଗଣାରେ ଯୋଗାଇ ଦେବ କେନ୍ଦ୍ର ସରକାର । ସେପଟେ ଗ୍ୟାସ ଦର କମିବା ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଗୃହିଣୀ ।

Advertisment

କେନ୍ଦ୍ର ସରକାରଙ୍କ ଫୋକସରେ ରହିଛନ୍ତି ମହିଳା । ଆଉ ମହିଳାମାନଙ୍କୁ ଖୁସ୍ କରିବା ଲାଗି ନିଆଯାଇଥିବା ଏହି ନିଷ୍ପତ୍ତି ଆଗାମୀ ନିର୍ବାଚନରେ ଟ୍ରଂପ୍ କାର୍ଡ ହେବ ବୋଲି ଚର୍ଚ୍ଚା ହେଉଛି ।

LPG Gas Cylinder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ