Advertisment

ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ପିଏମ୍ ରାଷ୍ଟ୍ର କୃଷକ ବିକାଶ ଯୋଜନା ଏବଂ କ୍ରିଷୋନ୍ନତି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ ୧ ହଜାର ୩୨୧ କୋଟି ଟଙ୍କାର ଅନୁଦାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ।

Classical Language

Classical Language

Advertisment

ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଏବଂ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲୟାଲମକୁ ଶାସ୍ତ୍ରୀୟ ମାନ୍ୟତା ମିଳି ସାରିଛି। ଆଜିର ୫ ଭାଷାକୁ ମିଶାଇ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖ୍ୟା ୧୧କୁ ବଢ଼ିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ସେହିପରି କୃଷକଙ୍କ ଆୟ ବୃଦ୍ଧି ସହ ମଧ୍ୟବିତ୍ତଙ୍କ ଖାଦ୍ୟ ନିରାପତ୍ତା ନେଇ ମଧ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷିନ୍ନୋତି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ ୧ ହଜାର ୩୨୧ କୋଟି ଟଙ୍କାର ଅନୁଦାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ସେହିପରି ଖାଇବ ତେଲର ଉତ୍ପାଦନ ୧୨.୭ରୁ ୨୦.୨ ନିୟୁତ ଟନ୍ କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ୨୦୩୧ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି।

ଏଥିସହ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପାଇଁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି। ଏହାଦ୍ବାରା ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀ ଉପକୃତ ହେବେ। ମୋଟ ୨ ହଜାର ୨୯ କୋଟି ଟଙ୍କା ବୋନସ୍ ପ୍ରଦାନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। 

Advertisment
Language
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ