ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଉତ୍କଣ୍ଠାରେ ଚାଷୀ, ଗୃହିଣୀ, ଆୟକର ଦାତା ଓ ଶିଳ୍ପ ଜଗତ ।

Budget 2023

ଆଜି ଆଗତ ହେବ ସାଧାରଣ ବଜେଟ୍ ୨୦୨୩ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି । ଯେହେତୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ଏକ ଲୋକପ୍ରିୟ ବଜେଟ୍ ହେବ ବୋଲି ଆକଳନ କରାଉଯାଛି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ପରିବର୍ତ୍ତନର ଆଶା ରଖିଛନ୍ତି ଚାଷୀ, ଗୃହିଣୀ, ଆୟକର କରଦାତା ଓ ଶିଳ୍ପ ଜଗତ । ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି ।

ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ରନ୍ଧନ ଗ୍ୟାସ୍, ଡାଲି, ଚାଉଳ, ଗହମ, ଚିନି ଯାଏଁ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦାମ୍ ଉପରମୁହରଁ ହୋଇଛି, ଯାହାକି ସାଧାରଣ ଲୋକଙ୍କ ଖର୍ଚ୍ଚ ବଢ଼ାଇବା ସହ ସଞ୍ଚୟକୁ ସଙ୍କୁଚିତ କରିଛି । ଏଣୁ ଏ ବର୍ଷର ବଜେଟରେ ଦରଦାମ୍ ହ୍ରାସ ଲାଗି ପଦକ୍ଷେପ ଘୋଷଣା କରି ସରକାର ରୋଷେଇ ଘରକୁ ଆଶ୍ୱସ୍ତି ଦେବେ ବୋଲି ଗୃହିଣୀ ଅପେକ୍ଷା କରିଛନ୍ତି । ଏପଟେ ପ୍ରାୟ ୧୦ ବର୍ଷ ହେଲା ମୂଳ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କାରେ ସୀମିତ ଥିବାରୁ ବଜେଟରେ ଏହି ସୀମା ନିଶ୍ଚୟ ବଢ଼ିବ ବୋଲି ଆଶା ବାନ୍ଧି ବସିଛି ମଧ୍ୟବିତ୍ତ ଓ ଆୟକରଦାତା ।

Live Updates: ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା

ସେହିଭଳି ଚାଷୀ ଚାହୁଁଛି, ନିଜ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ଓ ଏହାର ବିକ୍ରି ପାଇଁ ବଜାର ଲିଙ୍କ୍ । ଶିଳ୍ପଜଗତ ମଧ୍ୟ ସୀତାରମଣଙ୍କ ବଜେଟରୁ ଅନେକ କିଛି ଆଶା ରଖିଛି । ଶିଳ୍ପଜଗତ ଚାହୁଁଛି, ଚଳିତ ବଜେଟରେ ସରକାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ । ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଆବଣ୍ଟନ କରନ୍ତୁ । ଏହାସହ ଅର୍ଥମନ୍ତ୍ରୀ ବଜେଟରେ ରପ୍ତାନି ପାଇଁ ପ୍ରୋତ୍ସାହନ ଘୋଷଣା ପାଇଁ ଦାବି କରିଛି ବ୍ୟବସାୟ ଜଗତ ।

ସେହିଭଳି ଖଣି ରାଜସ୍ୱରେ ଓଡ଼ିଶା ଏକ ବଡ଼ ଅଂଶୀଦାର ହୋଇଥିବାରୁ କେନ୍ଦ୍ର ସରକାର ବଜେଟରେ ରାଜ୍ୟର ବନ୍ଦର ଓ ରେଳ ଭିତ୍ତିଭୂମି ବୃଦ୍ଧି ସହ ରେଳ ରେକ୍ ସଂଖ୍ୟା ବଢ଼ାଇବେ ବୋଲି ଆଶା ରଖିଛି ରାଜ୍ୟର ଶିଳ୍ପସଂଘ । ଗତ ବଜେଟରେ ଓଡ଼ିଶାରେ ରେଳ କ୍ଷେତ୍ର ଲାଗି ୯ ହଜାର ୭୩୪ କୋଟି ଟଙ୍କା ଆବଣ୍ଟନ ହୋଇଛି, ଯାହାକି ସର୍ବକାଳୀନ ସର୍ବାଧିକ ଥିଲା । ଏବର୍ଷ ମଧ୍ୟ ବଜେଟରୁ ରାଜ୍ୟକୁ ସମାନ ଅନୁପାତରେ ପାଣ୍ଠି ମିଳିବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ... ।

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ