• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବେ ଦିଲ୍ଲୀ ସରକାର । ଦିଲ୍ଲୀର ସମସ୍ତ ଶିକ୍ଷିତ ବେରୋଜଗାରଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଗ୍ରାଜୁଏସନ କରି ବେକାର ଥିବା ଯୁବକଙ୍କୁ ୫ ହଜାର ଏବଂ ପୋଷ୍ଟ ଗ୍ରାଜୁଏଟଙ୍କୁ ୭ ହଜାର ୫ଶହ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଯେଉଁ ଶିକ୍ଷିତ ବେକାରୀ ଯୁବକ, ଯୁବତୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିଥିବେ, ସେମାନଙ୍କୁ ଆପ୍ ସରକାର ଏହି ଭତ୍ତା ପ୍ରଦାନ କରୁଛନ୍ତି । ଭତ୍ତା ସୁବିଧା ପାଇଁ ଦିଲ୍ଲୀର ଯୁବଗୋଷ୍ଠୀଙ୍କୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ଏଥିପାଇଁ ଆଧାର କାର୍ଡ, ପାନ୍ କାର୍ଡ, ରେସିଡେଣ୍ଟିଆଲ ସାର୍ଟିଫିକେଟ, ପରିଚୟ ପତ୍ର, ମୋବାଇଲ ନମ୍ବର, ଶିକ୍ଷାଗତ ପ୍ରମାଣ ପତ୍ର, ଏବଂ ପାସପୋର୍ଟ ସାଇଜ ଫୋଟଗ୍ରାଫ ଜରୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ https://jobs.delhi.gov.inର ହୋମ୍ ପେଜକୁ ଯାଇ Job Seeker ର ଅପସନରେ କ୍ଲିକ୍ କରି ଆବେଦନ କରିପାରିବେ ।