Advertisment

ଆଗ ଧମକ ଦେଲେ, ପରେ ମୁଣ୍ଡ କାଟି ଦେଲେ

ମୃତ କହ୍ନେୟା ଲାଲ୍‌ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କହ୍ନେୟାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା।

ଅଦ୍ୟତନ ହୋଇଛି
Udaipur Tailor Murder

Udaipur Tailor Murder

Advertisment

ରାଜସ୍ଥାନ ଉଦୟପୁରରେ ଟେଲର୍‌ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏସବୁ ଭିତରେ ମୃତ କହ୍ନେୟା ଲାଲ୍‌ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଯଶୋଦା କହିଛନ୍ତି, ‘ ମୋ ସ୍ୱାମୀ(କହ୍ନେୟା ଲାଲ୍‌) ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା। ଏହାପରେ କିଛି ଦିନ ପର୍ଯ୍ୟନ୍ତ ସେ କାମ ଛାଡ଼ି ଦେଇଥିଲେ’।

Advertisment

ଯଶୋଦା ଆହୁରି କହିଛନ୍ତି, ‘ପୁଣି କାମ ଆରମ୍ଭ କରିବା ପାଇଁ ମୋ ସ୍ୱାମୀ ନିଷ୍ପତ୍ତି ନେଇଥିଲେ। ଏସବୁ ଭିତରେ କିଛି ଘଣ୍ଟା ପାଇଁ ସେ କାମକୁ ଯାଇଥିଲେ। ଏହାପରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ଆସିଥିଲେ। ସେମାନଙ୍କ ମଧ୍ୟରୁ କହ୍ନେୟା ଜଣକର ମାପ ନେଉଥିଲେ। ଏହି ସମୟରେ ଜଣେ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ପୁରା ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ହତ୍ୟା ପରେ ୨ ଜଣ ମୁହଁ ଢାଙ୍କି ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  

ହତ୍ୟାକାଣ୍ଡରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ତେଣୁ ଏହି ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ ଚାଲିଛି। NIAକୁ ଘଟଣାର ତଦନ୍ତ ହସ୍ତାନ୍ତର କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ କହ୍ନେୟା ପୋଷ୍ଟ କରିଥିଲେ। ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। 

Advertisment

Nupur Sharma Udaipur Murder Case Section 144 In Rajasthan Udaipur Tailor Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ