Advertisment

Suicide: କଲେଜ ହଷ୍ଟେଲରୁ ମିଳିଲା MBBS ଛାତ୍ରୀଙ୍କ ମୃତଦେହ, ସୁଇସାଇଡ ନୋଟରେ ସାଂଘାତିକ ଖୁଲାସା

ଉଦୟପୁରରେ ଥିବା ପାସିଫିକ୍ ଡେଣ୍ଟାଲ କଲେଜରେ ଜଣେ ଏମବିବିଏସ ଛାତ୍ରୀ କଲେଜ କର୍ମଚାରୀଙ୍କ ମାନସିକ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଛନ୍ତି। ହାତ ଲେଖା ସୁଇସାଇଡ୍ ନୋଟରେ ସେ କଲେଜ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
MBBS

MBBS

Advertisment

ରାଜସ୍ଥାନର ଉଦୟପୁରରେ ଥିବା ପାସିଫିକ୍ ଡେଣ୍ଟାଲ କଲେଜରେ ଜଣେ ଏମବିବିଏସ ଛାତ୍ରୀ ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଏକ ହାତ ଲେଖା ସୁଇସାଇଡ୍ ନୋଟରେ କଲେଜ କର୍ମଚାରୀଙ୍କ ଦ୍ୱାରା ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ପୋଲିସ କହିବା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ଛାତ୍ରୀଙ୍କୁ ତାଙ୍କ ରୁମମେଟ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ମିଳିଥିବା ଏକ ହାତ ଲେଖା ସୁଇସାଇଡ ନୋଟରେ କଲେଜ କର୍ମଚାରୀମାନେ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ନ ହେବା, ଛାତ୍ରଛାତ୍ରୀଙ୍କୁ ଫେଲ କରାଇବା ଏବଂ ବାରମ୍ବାର ଅର୍ଥ ଦାବି କରାଯିବା ଆଦି ଉଲ୍ଲେଖ କରାଯାଇଛି।

ନୋଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଦେବାକୁ ଅସମର୍ଥ ସେମାନଙ୍କ ଉପରେ ଅଧକ ଚାପ ପକାଯାଉଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର ପରୀକ୍ଷା ହୋଇନାହିଁ ଏବଂ ଇନ୍ଟର୍ଣ୍ଣଶିପ୍‌ ମଧ୍ୟ ମିଳିନାହିଁ, ଯେତେବେଳେ କିଛି ଛାତ୍ରଙ୍କୁ ଟଙ୍କା ନେଇ ପାସ୍‌ କରାଯାଇଛି ବୋଲି ସୁଇସାଇଡ୍ ନୋଟରେ ଲେଖାଯାଇଛି।

Advertisment

ତେବେ ଏହି ଘଟଣା ପରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଛାତ୍ରଛାତ୍ରୀମାନେ କଲେଜ ଗେଟ ବାହାରେ ବିକ୍ଷୋଭ କରୁଥିବା ଦେଖାଯାଇଛି, ନାରା ଦେଉଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରୁଛନ୍ତି। ଛାତ୍ରଛାତ୍ରୀମାନେ ମୁଖ୍ୟ ପ୍ରବେଶ ଦ୍ୱାରକୁ ଅବରୋଧ କରି ଧାରଣାରେ ବସିଥିଲେ ଏବଂ ସୁଇସାଇଡ୍ ନୋଟରେ ଲେଖା ଥିବା ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢନ୍ତୁ: ପଦରୁ ବହିଷ୍କାର ହେଲେ ମନ୍ତ୍ରୀ, କିଛି ଘଣ୍ଟା ପରେ ହାରିଲେ ଜୀବନ

Students Protest Udaipur MBBS Student Death Rajasthan Suicide Bid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ