Advertisment

ସୀମାନ୍ତରେ ପୁଣି ଗୁଳିବର୍ଷା; ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ

ଅଦ୍ୟତନ ହୋଇଛି
ସୀମାନ୍ତରେ ପୁଣି ଗୁଳିବର୍ଷା; ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

Terrorist attack

Advertisment

ଶ୍ରୀନଗର: ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଇତିମଧ୍ୟରେ ସୁରକ୍ଷାକର୍ମୀ ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି। ତଥାପି ଗୁଳିଗୁଳା ବିନିମୟ ଜାରି ରହିଛି। ସେଠାରେ ଆହୁରି ୨ରୁ ୩ ଜଣ ଆତଙ୍କୀ ଲୁଚି ରହିଥିବା କୁହାଯାଉଛି। ମିଡିଆ ରିପୋର୍ଟ ଅନୁସାରେ, ଅପରେଶନ ଶୁକ୍ରବାର ଦ୍ୱିପହରରୁ ଆରମ୍ଭ ହୋଇଥିଲା। ଜଙ୍ଗଲ ଇଲାକାରେ ଆତଙ୍କୀ ଲୁଚି ରହିଥିବା ଖବର ପ୍ରଥମେ ପୋଲିସର ହସ୍ତଗତ ହୋଇଥିଲା। ତଲାସି ଅଭିଯାନ ଚାଲିଥିବାବେଳେ ସେନା ଏବଂ ପୋଲିସ ଟିମ ଶନିବାର ସକାଳେ ପହଞ୍ଚିବା କ୍ଷଣି ଆତଙ୍କୀମାନେ ଗୁଳି ବର୍ଷା କରିଥିଲେ। ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଆତଙ୍କୀ ନିପାତ ହୋଇଥିବା ଜଣାଯାଇଛି।

Advertisment

ଏଠି କହିରଖିବୁ, ଶୁକ୍ରବାର ସୋପାର ଅଞ୍ଚଳରେ ପୋଲିସ-ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା। ଲସ୍କର-ଏ-ତୋଇବାର (LeT) ୨ ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ। ଏମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିଲା। ତାଙ୍କର ନାଁ ଫୟାଜ ବାର ବୋଲି ପୋଲିସ ପକ୍ଷର କୁହାଯାଇଛି। ଫୟାଜ ବାର ସାଧାରଣ ନାଗିରକ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା। ଏହାବ୍ୟତୀତ ଉତ୍ତର କଶ୍ମୀର ହିଂସାରେ ମଧ୍ୟ ସେ ସଂପୃକ୍ତ ଥିଲା। ଆଇଜି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଆତଙ୍କୀଙ୍କଠାରୁ ୨ଟି ଏକ-୪୭ ଏବଂ ୮ଟି ମାଗାଜିନ ସମେତ ବିପୁଳ ମାରଣାସ୍ତ୍ର ଏବଂ ବିସ୍ଫୋଟକ ଜବତ କରାଯାଇଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାରେ ୨୭ ବର୍ଷୀୟ ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲାର ମନକୋଟ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ମାଇନ ବ୍ଲାଷ୍ଟ ହୋଇଥିଲା ଏବଂ ଏଥିରେ ଯବାନ ଜଣକ ସହିଦ ହୋଇ ଯାଇଥିଲେ।

Advertisment

ତେବେ ଏ ନେଇ ଜିଲ୍ଲା ପ୍ରଶାସନକୁ କେବଳ ଫୋନ ଦ୍ୱାରା ସୂଚନା ଦିଆଯାଇଛି। ସହିତ ଯବାନଙ୍କ ନାଁ କମଳ ବୈଦ୍ୟ । ମିଳିଥିବା ସୂଚନା ଅନୁସାରେ, କମଳ ଡୋଗରା ରେଜିମେଣ୍ଟର ଯବାନ ଥିଲେ। ଏପ୍ରିଲରେ ଛୁଟି କାଟି ଜଏନ କରିଥିଲେ। ଅକ୍ଟୋବର ମାସରେ ତାଙ୍କର ବାହାଘର ହୋଇଥାନ୍ତା। ଘରେ ବିବାହ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କର ସହିଦ ହେବା ଖବର ପହଞ୍ଚିଛି।

Terrorists Killed Terror Activities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ