Advertisment

ସାମ୍ନାକୁ ଆସିଲା ବାଳକ ରାମଙ୍କର ଆଉ ଏକ ମୂର୍ତ୍ତି

ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ।

Ram Mandir - Ram Lala

Ram Mandir - Ram Lala

Advertisment

ସାମ୍ନାକୁ ଆସିଲା ବାଲକ ରାମଙ୍କ ଆଉ ଏକ ପ୍ରତିମୂର୍ତ୍ତି। ଅଯୋଧ୍ୟା ରାମ ମନ୍ଦିର ପାଇଁ ନିର୍ମାଣ ହୋଇଥିବା ତିନି ପ୍ରତିମୂର୍ତ୍ତି ମଧ୍ୟରୁ ଆଉ ଏକ କଳା ରଙ୍ଗର ମୂର୍ତ୍ତିର ଫଟୋ ଲୋକ ଲୋଚନକୁ ଆସିଛି। ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି। କଳା ରଙ୍ଗର ସ୍ବତନ୍ତ୍ର ପଥରରେ ଏହି ମୂର୍ତ୍ତି ନିର୍ମାଣ ହୋଇଛି। ୫୧ ଇଞ୍ଚର ଏହି ମୂର୍ତ୍ତିରେ ୫ ବର୍ଷର ବାଳକ ରାମଙ୍କ ଚେହେରା ବେଶ୍ କମନୀୟ ଦିଶୁଛି।

Advertisment

ଏହି ମୂର୍ତ୍ତି ମଧ୍ୟ କଳା ରଙ୍ଗର କୃଷ୍ଣଶିଳା ପଥରରେ ନିର୍ମାଣ ହୋଇଥିବା କୁହାଯାଉଛି। ପୂର୍ବରୁ ସ୍ଥପତି ଅରୁଣ ଯୋଗୀରାଜଙ୍କର ବାଳକ ରାମଙ୍କ ମୂର୍ତ୍ତି ଗର୍ଭଗୃହରେ ପୂଜା ପାଉଥିବା ବେଳେ ଏବେ ଗଣେଶ ଭଟ୍ଟ ଏହି ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରିଛି। ପୂର୍ବରୁ ମଧ୍ୟ ବାଳକ ରାମଙ୍କର ଏକ ଧଳା ମୂର୍ତ୍ତି ସାମ୍ନାକୁ ଆସିଥିଲା। ଧଳା ମାର୍ବଲରେ ବାଳକ ରାମଙ୍କର ସେହି ମୂର୍ତ୍ତି ନିର୍ମାଣ କରିଥିଲେ ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ। 

Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ