Advertisment

ମାମଲା ରଫାଦଫା କରିବା ପାଇଁ ୫,୯୦୦ କୋଟି ଦେବ ଟ୍ୱିଟର

ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ୮୦୯.୫ ମିଲିୟନ ଡଲାର ଅର୍ଥାତ୍‌ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା ।

ଅଦ୍ୟତନ ହୋଇଛି
twitter to pay 5900 crore

twitter to pay 5900 crore

Advertisment

ବେଙ୍ଗାଲୁରୁ: ରୁଜୁ ହୋଇଥିବା ମାମଲାକୁ ରଫାଦଫା କରିବ ଟ୍ୱିଟର । ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ଆଇଏନ୍‌ସି ୮୦୯.୫ ମିଲିୟନ ଡଲାର ଅର୍ଥାତ୍‌ ୫୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ ହୋଇଛି ।

Advertisment

ସୂଚନାନୁସାରେ, ଟ୍ୱିଟର ୟୁଜରରମାନେ ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି଼ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ତାହାର ଭୁଲ୍‌ ତଥ୍ୟ ସବୁ ଦିଆଯାଇଛି । ଯାହାକୁ ନେଇ ଟ୍ୱିଟର ଉପରେ ମାମଲା ରୁଜୁ କରାଯାଇଛି । ଯାହାକୁ ନେଇ କୋର୍ଟରେ ଶୁଣାଣି ଘୁଞ୍ଚୁଥିବାବେଳେ ଟ୍ୱିଟର ଆଇଏନ୍‌ସି କୋର୍ଟକୁ ୮୦୯.୫ ମିଲିୟନ ଡଲାର ଦେଇକି ମାମଲାକୁ ରଫାଦଫା କରିବାକୁ ପ୍ରସ୍ତୁତ ଅଛି ।

Advertisment

ଏହି ମାମଲାକୁ ନେଇ ନେଇ ମକଦ୍ଦମା ଉପରେ ଆଜିଠାରୁ ନିୟମିତ ଶୁଣାଣି ହୋଇଥାନ୍ତା । ହେଲେ ସେପ୍ଟେମ୍ବର ୧୭ ରେ ହୋଇଥିବା ଶୁଣାଣିରେ କାଲିଫର୍ନିଆର ଓକଲ୍ୟାଣ୍ଡର ଜିଲ୍ଲା ଜଜ୍ ଜନ୍ ଟାଇଗର ଏହାକୁ ଚଳିତ ବର୍ଷ ନଭେମ୍ବରର ଶେଷ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଟ୍ୱିଟରର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରିଚାର୍ଡ କାଷ୍ଟୋଲୋ ଏବଂ ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଆନ୍ଥୋନୀ ନୋଟୋ ନିଜର କୌଣସି ଭୁଲ୍‌କୁ ସ୍ୱୀକାର ବା ଅସ୍ୱୀକାର କରି ନାହାନ୍ତି । ଯାହା ବି ହେଉ,  ସୋମବାର ଅପରାହ୍ନ ପରର କାର୍ଯ୍ୟରେ ଟ୍ୱିଟରର ସେୟାର ୩.୮ ପ୍ରତିଶତ ହ୍ରାସ ପାଇ ୬୦.୧୧ଡଲାର ପର୍ଯ୍ୟନ୍ତ ପହଞ୍ଚିଛି।

Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ