Turkey earthquake Indian citizen killed in Malatya
ତୁର୍କୀ ଭୂକମ୍ପ ପରେ ନିଖୋଜ ଥିବା ଭାରତୀୟ ନାଗରିକ ମୃତ। ହୋଟେଲ ଭଗ୍ନାବଶେଷ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉତ୍ତରାଖଣ୍ଡର ବିଜୟ କୁମାର। ବେଙ୍ଗାଳୁରୁ ସ୍ଥିତ ଏକ କମ୍ପାନୀରେ ସେ କାମ କରୁଥିବା ବେଳେ ବିଜନେସ୍ ଟ୍ରିପରେ ତୁର୍କୀ ଯାଇଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ବିଜୟ କୁମାରଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି।
ଖୁବଶୀଘ୍ର ତାଙ୍କ ମରଶରୀର ଭାରତ ଆଣିବାକୁ ଉଦ୍ୟମ କରାଯାଉଥିବା ଦୂତାବାସ ପକ୍ଷରୁ କୁହାଯାଇଛି। ବିଜନେସ୍ ଟ୍ରିପରେ ବିଜୟ କୁମାର ତୁର୍କୀ ଯାଇଥିବା ବେଳେ ମାଲଟ୍ୟା ସ୍ଥିତ ଏକ ହୋଟେଲରେ ରହିଥିଲେ। ଫେବ୍ରୁଆରୀ ୬ରେ ପ୍ରଳୟଙ୍କରୀ ଭୂକମ୍ପ ପରେ ସେ ନିଖୋଜ ଥିଲେ। ଗତକାଲି ହୋଟେଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତୁର୍କୀରେ ୩ହଜାରରୁ ଅଧିକ ଭାରତୀୟ ନାଗରିକ ରହୁଛନ୍ତି। ସେଥିମଧ୍ୟରୁ ୧୮ଶହ ନାଗରିକ କେବଳ ଇସ୍ତାନବୁଲରେ ରହୁଥିବା ଦୂତାବାସ ପକ୍ଷରୁ ସୂଚନା ମିଳିଛି। ସେପଟେ ବିଜୟ କୁମାରଙ୍କ ଘରେ ଏବେ କାନ୍ଦ ବୋବାଳି। ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତଦେହ ତୁରନ୍ତ ଭାରତ ଫେରାଇ ଆଣିବାକୁ
ପରିବାର ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676170634.jpg)