Advertisment

ଦିଲ୍ଲୀ ବିଧାନସଭା ନିକଟରେ ସୁଡଙ୍ଗ, ରେଡ ଫର୍ଟକୁ କରୁଛି ସଂଯୋଗ

:ଦିଲ୍ଲୀ ବିଧାନସଭାରେ ନିକଟରେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାକୁ ରେଡ ଫର୍ଟ ସହିତ ସଂଯୋଗ କରୁଛି।

ଅଦ୍ୟତନ ହୋଇଛି
 tunnel like structure at the Delhi Legislative Assembly

tunnel like structure at the Delhi Legislative Assembly

Advertisment

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭାରେ ନିକଟରେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାକୁ ରେଡ ଫର୍ଟ ସହିତ ସଂଯୋଗ କରୁଛି।  ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ରିଟିଶମାନେ କୁଆଡେ ଏହି ସୁଡଙ୍ଗକୁ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି ।  ଏ ନେଇ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ANI ସହ ଆଲୋଚନାବେଳେ କହିଛନ୍ତି ।
ସେ କହିଛନ୍ତି, ୧୯୯୩ରେ ଯେତେବେଳେ  ସେ ବିଧାୟକ ହେଲେ, ସେତେବେଳେ ଏହି ସୁଡଙ୍ଗ ବିଷୟରେ ଶୁଣିବାକୁ ମିଳୁଥିଲା।  ଏପରିକି ଏହି ସୁଡଙ୍ଗ ରେଡଫର୍ଟ ପର୍ଯ୍ୟନ୍ତ ଯାଇଛି ବୋଲି କୁହାଯାଉଥିଲା। ଗୋଏଲ କହିଛନ୍ତି, ‘ମୁଁ ଏ ବିଷୟରେ ଅଧିକ ଜାଣିବା ପାଇଁ ଇତିହାସକୁ ତନ୍ନ ତନ୍ନ କରି ପଢିଥିଲି । ହେଲେ କେଉଁଠୁ ଏ ନେଇ ତଥ୍ୟ ମିଳି ନ ଥିଲା। ହେଲେ ଏବେ ଏହି ସୁଡଙ୍ଗ ମୁହଁର ସନ୍ଧାନ ମିଳିଛି। ହେଲେ ଏହି ସୁଡଙ୍ଗକୁ ଖୋଳା ଯାଇ ନାହିଁ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି। 

Advertisment

ରାମ ନିୱାସ ଗୋଏଲ କହିଛନ୍ତି, ଆମେ ଏହି ସୁଡଙ୍ଗକୁ ଖୋଳାଯାଇ ନାହିଁ। କାରଣ ଏହି ସୁଡଙ୍ଗର ସମସ୍ତ ପଥ ନଷ୍ଟ ହୋଇଯାଇଛି। ଦିଲ୍ଲୀରେ ଚାଲିଥିବା ମେଟ୍ରୋ ପ୍ରୋଜେକ୍ଟ ଏବଂ ସ୍ୱେରେଜ ସିଷ୍ଟମ ପାଇଁ ଏହି ସୁଡଙ୍ଗ ପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ଆହୁରି କହିଛନ୍ତି, ୧୯୧୨ରେ ରାଜଧାନୀ କୋଲକାତାରୁ ଦିଲ୍ଲୀ ସ୍ଥାନାନ୍ତର ହେବା ପରଠାରୁ ଏହା ସେଣ୍ଟ୍ରାଲ ଲେଜିସଲେଟିଭ ଆସେମ୍ଲି ଭାବେ ବ୍ୟବହାର କରାଯାଉଥିଲା।  ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୨୬ରେ ଏହାକୁ କୋର୍ଟ ଭାବେ ବ୍ୟବହାର କରାଗଲା। ସେହି ସମୟରେ ବ୍ରିଟିଶମାନେ ଏହି ସୁଡଙ୍ଗ ପଥ ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କୋର୍ଟକୁ ଆଣୁଥିଲେ।

Advertisment

ସେ କହିଥିଲେ, ‘ଏଠାରେ ଥିବା ଫାଶୀଗୃହ ବିଷୟରେ ଆମେ ସମସ୍ତେ ଜାଣିଛୁ। କିନ୍ତୁ କେହି କେବେ ଏହାକୁ ଖୋଲି ନାହିଁ। ଏବେ ସ୍ୱାଧୀନତାର ୭୫ ବର୍ଷ  ପରେ ଏହି ଗୃହକୁ ଖୋଲି ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫାଶୀଗୃହକୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନାର୍ଥେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି’ ବୋଲି ସେ କହିଛନ୍ତି।
ଭାରତର ସ୍ୱାଧୀନତା ସଂଗ୍ରାମର ଅନେକ ସ୍ମୃତି ଦିଲ୍ଲୀ ବିଧାନ ସଭା ସହ ଜଡିତ। ତେଣୁ ଏହି ଫାଶୀଗୃହ ଖୋଲାଯିବ। ଆସନ୍ତା ସ୍ୱାଧୀନତା ଦିବସରେ ଏହି ଗୃହ ଟୁରିଷ୍ଟମାନଙ୍କ ପାଇଁ ଖୋଲାଯିବ। ଏହାର କାମ ଆରମ୍ଭ ହୋଇ ଗଲାଣି ବୋଲି ସେ ସୂଚନା ଦେଇଛନ୍ତି। 

Red Fort Freedom Fighters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ