Advertisment

ବରିଷ୍ଠ IAS ତୁହିନକାନ୍ତ ପାଣ୍ଡେଙ୍କୁ ବଡ଼ ଦାୟିତ୍ୱ; କେନ୍ଦ୍ର ଅର୍ଥ ସଚିବ ଭାବେ ମିଳିଲା ନିଯୁକ୍ତି

ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

Tuhin Kanta Pandey

Tuhin Kanta Pandey

Advertisment

ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି ।

Advertisment

୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ- DIPAM ସଚିବ ଅଛନ୍ତି ତୁହିନକାନ୍ତ। ସେ କେନ୍ଦ୍ର ଅର୍ଥ ସଚିବ ଭାବେ ଟିଭି ସୋମନାଥନଙ୍କ ସ୍ଥାନ ନେବେ। ୧୯୮୭ ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ IAS ଅଫିସର୍ ତୁହିନକାନ୍ତ ପାଣ୍ଡେ।

କେନ୍ଦ୍ରୀୟ ଡେପୁଟେସନ୍ ପୂର୍ବରୁ ଥିଲେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ତା ପୂର୍ବରୁ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ- OSFCର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ-OSICର ଏମ୍ଡି, ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଥିଲେ। ପ୍ଲାନିଂ କମିଶନ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ତୁହିନକାନ୍ତ ।

Advertisment
New Finance Secretary Tuhin Kanta Pandey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ