Advertisment

ଟିକେଟ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲି ଦେଲେ ଟିଟିଇ, କଟାଗଲା ଗୋଡ଼

ଟିକେଟ୍‌କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍‌ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
TTE Pushes Army Man From Moving Train

TTE Pushes Army Man From Moving Train For Ticket

ଟିକେଟ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲି ଦେଲେ ଟିଟିଇ। ଫଳରେ ଯବାନ ଜଣକ ତାଙ୍କର ଗୋଟିଏ ଗୋଡ଼ ହରାଇଥିବା ସୂଚନା ମିଳିଛି। ଟିକେଟ୍‌କୁ ନେଇ ଯବାନ ଓ TTE(Travelling Ticket Examiner)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍‌ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ। ଯବାନ ଜଣକ ଟ୍ରେନ୍‌ ତଳେ ପଡ଼ି ଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଯବାନଙ୍କ ଗୋଟିଏ ଗୋଡ଼ କାଟିବାକୁ ଡାକ୍ତର ବାଧ୍ୟ ହୋଇଥିଲେ। ଯବାନଙ୍କ ନାଁ ସୋନୁ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଡିବରୁଗଡ଼-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ସୋନୁ ଯାତ୍ରା କରୁଥିଲେ। ଏହି ସମୟରେ ଟିକେଟ୍‌କୁ ନେଇ ଟିଟିଇ ସୁପନ ବୋରେ ଓ ସୋନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁପନ, ସୋନୁଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ସୋନୁ ଟ୍ରେନ୍‌ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଥିଲେ।ଗୁରୁବାର ସକାଳେ ବରେଲି ଜଙ୍କସନ୍‌ ରେଲ୍‌ୱେ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର ୨ରେ ଏହି ଘଟଣା ଘଟିଥିଲା। 

ଗୁରୁତର ଅବସ୍ଥାରେ ସୋନୁଙ୍କୁ ଉଦ୍ଧାର କରାଯାଇ ମିଲିଟାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତର ସୋନୁଙ୍କ ଗୋଟିଏ ଗୋଡ଼ କାଟିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ଟିଟିଇ ସୁପନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହେଲେ ଘଟଣା ପରଠୁ ସୁପନ ଫେରାର ଅଛନ୍ତି ଓ ତାଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଇଛି। ସେପଟେ ଘଟଣା ପରେ କିଛି ଯାତ୍ରୀ ଟିଟିଇଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। 

Advertisment
Indian Railways
Advertisment
Advertisment