Advertisment

Trump Threatens: ଚୀନକୁ ଟ୍ରମ୍ପଙ୍କ ଅଲଟିମେଟମ୍ ; ୩୪% ଟାରିଫରୁ ନ ଓହରିଲେ....

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ଯେସାକୁ ତେସା ନୀତିରେ ଆମଦାନି ଶୁଳ୍କ ଘୋଷଣା କରିଛନ୍ତି। ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା।

ଅଦ୍ୟତନ ହୋଇଛି
Trump

Trump

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଟେରରରେ ଆହୁରି ଘାଇଲା ହେବ କି ବିଶ୍ୱ ବଜାର?  ଚୀନକୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ। ସି ଜିନପିଙ୍ଗଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ୍ ଦେଲେ ଆମେରିକା ରାଷ୍ଟ୍ରପତି। ପ୍ରତିଶୋଧମୂଳକ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ, ଚୀନ୍ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା।

Advertisment

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ଯେସାକୁ ତେସା ନୀତିରେ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି। ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା। ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ପ୍ରତିଶୋଧମୂଳକ ଅଧିକ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। ତେବେ ଏଥିରେ କ୍ଷୁବ୍ଧ ହୋଇ ଚୀନକୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ୍।

ସୋସିଆଲ ମିଡିଆ ପୋଷ୍ଟରେ ଚେତାବନୀ ଦେଇଛନ୍ତି ଯେ, ଆଜି ସୁଦ୍ଧା ଚୀନ୍ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ପ୍ରତ୍ୟାହାର ନକଲେ, ଆସନ୍ତାକାଲିଠୁ ଆମେରିକା ଚୀନ୍ ଉପରେ ଆହୁରି ଅଧିକ ୫୦ ପ୍ରତିଶତ ଟାରିଫ୍ ଲଗାଇବ। ଏଥିସହ ଚୀନ୍ ସହ ଆମେରିକାର ସମସ୍ତ ବୈଠକ ବାତିଲ କରାଯିବ। ଆମେରିକା-ଚୀନ୍ ଟାରିଫ୍ ୱାର୍ ଭିତରେ ଭାରତର ବଜାର ସ୍ଥିତି ଉପରେ କଣ ପ୍ରଭାବ ପଡ଼ିବ, ସେନେଇ ଆଶଙ୍କା ଭିତରେ ଅଛନ୍ତି ନିବେଶକ । ବିଶ୍ୱ ବଜାରରେ ହାହାକାର ପଡ଼ିଥିବା ବେଳେ, ଆମେରିକା ସେୟାର ବଜାର ମଧ୍ୟ ଧରାଶାୟୀ ହେବାରେ ଲାଗିଛି। ତେବେ ଆମେରିକାବାସୀଙ୍କୁ ମନୋବଳ ନହରାଇବାକୁ ଅପିଲ୍ କରିଛନ୍ତି ଟ୍ରମ୍ପ୍ । 

Advertisment

ଅଧିକ ପଢ଼ନ୍ତୁ: କାଲିଥିଲା ଧରାଶାୟୀ; ଆଜି ସେୟାର ବଜାରରେ ଉତ୍ସାହ

China Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ