Advertisment

Tripura Girl: ଯୁବତୀ ନିଖୋଜ, ୬ ଦିନ ପରେ ବି ମିଳୁନି ପତ୍ତା

ଦିଲ୍ଲୀରେ ତ୍ରିପୁରାର ଜଣେ ଯୁବତୀ ଗତ ୬ ଦିନ ଦିନ ହେଲାଣି ନିଖୋଜ ଅଛନ୍ତି । ଦିଲ୍ଲୀ ପୋଲିସ୍ ଓ ଏନଡିଆରଏଫ ପକ୍ଷରୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ଖୋଜଖବର ମିଳୁନାହିଁ ।

ଅଦ୍ୟତନ ହୋଇଛି
missing

missing

Advertisment

ଦିଲ୍ଲୀରେ ନିଖୋଜ ତ୍ରିପୁରା ଯୁବତୀ । ତ୍ରିପୁରାର ଜଣେ ୧୯ ବର୍ଷୀୟା ଯୁବତୀ ସ୍ନେହା ଦେବନାଥ ଗତ ୬ ଦିନ ଧରି ନିଖୋଜ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ନିଖୋଜ ଅଛନ୍ତି, ତାହା ଜଣା ପଡିନାହିଁ । ଯୁବତୀଙ୍କ ଅଭିଭାବକଙ୍କ କହିବା ମୁତାବକ, ସେମାନେ ଗତ ୭ ଜୁଲାଇରେ ଶେଷ ଥର ପାଇଁ ଝିଅ ସହ କଥା ହୋଇଥିଲେ । ଆଉ ତାପରେ କଥା ହୋଇ ନାହାନ୍ତି । ଗତ ୪ ମାସ ହେଲାଣି ସେ ବ୍ୟାଙ୍କରୁ ଟଙ୍କା ଉଠାଇ ନାହାନ୍ତି । 

Advertisment

ଯୁବତୀ ଜଣକ ଦିଲ୍ଲୀର ଆତ୍ମା ରାମ ସନାତନ ଧର୍ମ କଲେଜରେ ପାଠ ପଢୁଥିଲେ । ଗତ ୭ ତାରିଖ ଭୋର ୫.୫୬ ମିନିଟରେ ସେ ତାଙ୍କ ବାପା ମାଆଙ୍କ ସହ କଥା ହୋଇଥିବା ବେଳେ କହିଥିଲେ ଯେ, ମୁଁ ମୋ ସାଙ୍ଗ ପିତୁନିଆଙ୍କ ସହ ସରାଇ ରୋହିଲ୍ଲା ଷ୍ଟେସନ ଯିବେ । କିନ୍ତୁ ଏହାର ୬ ଘଣ୍ଟା ପରେ ବି ତାଙ୍କ ଫୋନ୍ ଲାଗିନଥିଲା । ଏହା ପରେ ସେ ପିତୁନିଆଙ୍କୁ ଫୋନ୍ କରିଥିଲେ । ହେଲେ ସେ ସ୍ନେହାଙ୍କୁ ଭେଟିନଥିବା କହିଥିଲେ ।

ଏହା ପରେ ସ୍ନେହା ଯେଉଁ କ୍ୟାବରେ ସିଗନେଚର ବ୍ରିଜକୁ ଯାଇଥିଲେ, ସେହି କ୍ୟାବର ଡ୍ରାଇଭରଙ୍କୁ ଟ୍ରେସ କରିବା ପରେ ସେ ବ୍ରିଜ ନିକଟରେ ଛାଡିଥିବା କହିଥିଲେ । କିନ୍ତୁ ସିସିଟିଭି ଫୁଟେଜରେ ଠିକ ଭାବରେ ଦୃଶ୍ୟମାନ ହେଉନଥିବାରୁ ସ୍ନେହାଙ୍କ ଗତିବିଧି ଜଣା ପଡୁନାହିଁ । 

Advertisment

ଦିଲ୍ଲୀ ପୋଲିସ୍ ଓ ଏନଡିଆରଏଫ ପକ୍ଷରୁ ବ୍ରିଜଠାରୁ ୭ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଏହି ଘଟଣା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ସେ ତୁରନ୍ତ ଉକ୍ତ ଯୁବତୀଙ୍କୁ ଖୋଜିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ଲଙ୍କା ସ୍ପ୍ରେ, ଛୁରା ମାଡ କରି କାନ୍ଥରେ ମୁଣ୍ଡ ପିଟିଦେଲେ... ଅଭିନେତ୍ରୀ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କଲେ ସ୍ୱାମୀ

Advertisment
Delhi Tripura
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ