୩ ଦିନରେ ପୃଥିବୀ ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ଉଭୟେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ।

Travel To All 7 Continents In Just Over 3 Days

୩ ଦିନରେ ପୃଥିବୀ ବୁଲି ବିଶ୍ୱ ରେକର୍ଡ। ଆପଣ ଭାବୁଥିବେ ସତରେ ଏହା କଣ ସମ୍ଭବ। ହଁ ଆଜ୍ଞା... ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି ୨ ଭାରତୀୟ। ମାତ୍ର ୭୩ ଘଣ୍ଟାରେ ଏମାନେ ୭ଟି ମହାଦେଶ ଭ୍ରମଣ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ରେକର୍ଡକୁ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି। 

ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ ସୁଜୟ କୁମାର ମିତ୍ର ଓ ଡକ୍ଟର ଅଲ୍ଲୀ ଇରାନୀ ୭ଟି ମହାଦେଶକୁ ଭ୍ରମଣ କରିବା ପାଇଁ ଏମାନଙ୍କୁ ୩ ଦିନ ୧ ଘଣ୍ଟା ୫ମିନିଟ୍‌ ସମୟ ଲାଗିଥିଲା। ଏମାନେ ଦୁହେଁ ଭାରତୀୟ । 

Guinness World Records ଅନୁସାରେ ସୁଜୟ କୁମାର ମିତ୍ର ଓ ଡକ୍ଟର ଅଲ୍ଲୀ ଇରାନୀ ସବୁ ରେକର୍ଡ ଭାଙ୍ଗିଛନ୍ତି। ଆଜି ଆମେ ରେକର୍ଡ ଭାଙ୍ଗିଛୁ ହୁଏତ କାଲି ଆମ ରେକର୍ଡ ଆଉ କିଏ ଭାଙ୍ଗିଦେଇଥିବ ବୋଲି ସେ ଉଭୟ କହିଛନ୍ତି। ୪ ଦିନ ମଧ୍ୟରେ ଇରାନୀ ଓ ମିତ୍ର ୭ଟି ମହାଦେଶ ତଥା ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାକର୍ଟିକା ଓ ଓସେନିଆ ଭ୍ରମଣ କରିଛନ୍ତି।

ଉଭୟେ ଡିସେମ୍ବର ୪ରେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ମହାଦେଶ ଅତିକ୍ରମ କରି ଡିସେମ୍ବର ୭ରେ ଅଷ୍ଟ୍ରେଲିଆରେ ପହଞ୍ଚି ବିଶ୍ୱରେକର୍ଡ କରିଛନ୍ତି।