Advertisment

କାହାର ଭୁଲ ? ଯାତ୍ରୀଙ୍କୁ ନନେଇ ଚାଲିଯାଇଥିଲା ଟ୍ରେନ୍, ପୁଣି ୧ କିମି ପଛୁଆ ଫେରିଲା...

ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍‌ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ ।

ଅଦ୍ୟତନ ହୋଇଛି
Train skips stop, reverses 1km to pick up passengers in Kerala

Train skips stop, reverses 1km to pick up passengers in Kerala

Advertisment

ଯାତ୍ରୀଙ୍କୁ ନେବା ପାଇଁ ପଛକୁ ଫେରିଲା ଟ୍ରେନ୍ । କଥାଟା ଅପଣଙ୍କର ହଜମ ହେଉନଥିବ । ହେଲେ ଏହି ଘଟଣା ସମ୍ପୂର୍ଣ୍ଣ ସତ । ଆଜି କେରଳରେ ଏଭଳି ଏକ ଘଟଣା ଘଟିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି । ସମସ୍ତଙ୍କ ପାଟିରେ ସେହି ଗୋଟିଏ ପ୍ରଶ୍ନ । ଟ୍ରେନ୍ ପଛକୁ ଫେରିଲା କେମିତି ?

Advertisment

ପୁରା ଘଟଣାଟି ହେଲା, ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିଲେ ଶହ ଶହ ଯାତ୍ରୀ। ହେଲେ ଟ୍ରେନ୍ ଅଟକିନଥିଲା । ଲୋକଙ୍କୁ ନଉଠାଇ ଚାଲିଗଲା ଟ୍ରେନ୍ । ଚିନ୍ତାରେ ପଡ଼ିଗଲେ ଯାତ୍ରୀ । କେମିତି ଯିବେ ନିଜ ଗନ୍ତବ୍ୟ ସ୍ଥଳକୁ । କିଛି ବୁଦ୍ଧି ବାଟ ଦିଶିଲାନି । ଟଙ୍କା ଦେଇ ଟିକଟ କରିଛନ୍ତି, ହେଲେ ଟ୍ରେନ୍‌ ସେମାନଙ୍କୁ ନନେଇ ଚାଲିଗଲା।

ଷ୍ଟେସନ୍‌ରେ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କ ମଧ୍ୟରେ ଏମିତି କିଛି ଆଲୋଚନା ଚାଲିଥିବା ବେଳେ ହଠାତ୍‌ ଗୋଟିଏ ଟ୍ରେନ୍‌ ପଛୁଆ ପଛୁଆ ଆସିଲା । ଆଉ ସେହି ଷ୍ଟେସନ୍‌ରେ ରହିଲା । ଯାତ୍ରୀଙ୍କୁ ଧରି ପୁଣି ବାହାରିଲା ଗନ୍ତବ୍ୟ ସ୍ଥଳକୁ । ତେବେ ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍‌ଟି ହେଉଛି ସେହି ଟ୍ରେନ୍ ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ । ଆଉ ଇଏ ହେଉଛି ସେହି ଟ୍ରେନ୍ ଯିଏ ଷ୍ଟେସନ୍‌ରେ ଅଟକିନଥିଲା ।

Advertisment

କେରଳର ଶୋରୁନୁର ଯାଉଥିବା ଟ୍ରେନ୍ ଯେଉଁ ଷ୍ଟେସନରେ ଅଟକିବା କଥା ସେଠାରେ ଅଟକି ନଥିଲା। ମାତ୍ର କିଛି ମିନିଟ୍ ପରେ, ଏକ କିଲୋମିଟର ପଛକୁ ଫେରିଥିଲା ସେହି ଟ୍ରେନ୍‌। ଯାତ୍ରୀମାନଙ୍କ ନିରାଶା, କ୍ରୋଧରେ ପରିଣତ ହେବା ପୂର୍ବରୁ ଟ୍ରେନ୍ ପହଞ୍ଚିଯାଇଥିଲା। ଏହି ଘଟଣା ସୋମବାର ସକାଳ ୭:୪୫ରେ ଘଟିଥିଲା । ଥିରୁବନନ୍ତପୁରମ୍ ଛାଡିଥିବା ୧୬୩୦୨ ୱେନାଡ଼ା ଏକ୍ସପ୍ରେସ୍ 'ଡି ଗ୍ରେଡ୍ ଷ୍ଟେସନ୍' ଚେରିଆନାଡ଼ରେ ଅଟକିବାର ଥିଲା । କିନ୍ତୁ ତାହା ଅଟକି ନଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି ଯେ ଚେରିୟାନାଡ ଷ୍ଟେସନ ଏକ ହଲ୍ଟ ଷ୍ଟେସନ, ତେଣୁ ଏଠାରେ କୌଣସି ସିଗ୍ନାଲ ରହିନଥାଏ । ଲୋକୋ ପାଇଲଟଙ୍କର ମଧ୍ୟ ଭୁଲ ହୋଇଥାଇପାରେ । ତାଙ୍କ ନଜର ସେତେବେଳେ ପଡ଼ିଲା ଯେତେବେଳେ ଟ୍ରେନ୍‌ଟି ଷ୍ଟେସନ୍‌ଠାରୁ କିଛି ବାଟ ଆଗକୁ ଗଡ଼ିଯାଇଥିଲା । ଅଧିକାରୀ କହିଛନ୍ତି ଯେ, ଏଭଳି ଅସୁବିଧା ପାଇଁ ଟ୍ରେନ୍ ୮ ମିନିଟ୍‌ ବିଳମ୍ବ ହୋଇଥିଲା । କିନ୍ତୁ ପରେ ଡ୍ରାଇଭର ଏହି ବିଳମ୍ବକୁ ମ୍ୟାନେଜ୍ କରିଦେଇଛନ୍ତି । ୱେନାଡ଼ ଏକ୍ସପ୍ରେସ ପ୍ରାୟ ୧୫୦ ମିଟର ଆଗକୁ ଚାଲି ଯାଇଥିବା ଅଧିକାରୀ କହିଛନ୍ତି । ଯେଉଁଥିପାଇଁ ଟ୍ରେନ୍‌କୁ ୭୦୦ ମିଟର ପଛକୁ ଫେରିବାକୁ ପଡ଼ିଥିଲା।

Advertisment
Train Kerala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ