Advertisment

ଭାରତ ବନ୍ଦ ପ୍ରଭାବ: ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ

ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି।

Traffic Jam At Delhi

Traffic Jam At Delhi

Advertisment

ନୂଆଦିଲ୍ଲୀ: ଭାରତ ବନ୍ଦ ପ୍ରଭାବରେ ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ। ଦିଲ୍ଲ-ଗୁରୁଗ୍ରାମ ରାଜୋକ୍ରି ସୀମାରେ ଅଟକି ରହିଥିଲା ଗାଡ଼ି। ଦୁଇ କିଲୋମିଟର ଯାଏ ଗୋଟିଏ ପରେ ଗୋଟିଏ ଗାଡ଼ି ଲମ୍ବି ରହିଥିଲା। ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ବହୁ ସମୟ ଧରି ଲୋକେ ଟ୍ରାଫିକ୍ ଜାମ୍‌ରେ ଫସି ରହିଛନ୍ତି। 

Advertisment

ଏପରିକି ପ୍ରତିଦିନ ଗୁରୁଗ୍ରାମରୁ ଦିଲ୍ଲୀକୁ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ଯେପରି କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ସୃଷ୍ଟି ହୁଏ ସେଥିପ୍ରତି ନଜର ରଖିଥିଲେ ପୋଲିସ ବାହିନୀ।

ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି। 

Advertisment

ସେପଟେ ଦିଲ୍ଲୀ ଲାଲକିଲାରେ ବି ସୁରକ୍ଷା ବଢ଼ିଛି। ସାଧାରଣ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ପୁରା ଲାଲକିଲ୍ଲା ଅଞ୍ଚଳକୁ କଡ଼ା ସୁରକ୍ଷାବଳୟ ଭିତରେ ରଖାଯାଇଛି। 

New Delhi Bharat Band Traffic Jam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ