Advertisment

ଏହି ସବୁ ସହରରେ କିଲୋ ପିଛା ୫୦ ଟଙ୍କାରେ ମିଳିବ ଟମାଟୋ

ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍‌ସିସିଏଫ୍‌) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
Tamato Price Hike

Tamato Price Hike

Advertisment

ଏବେ ବି ଟମାଟୋ ଦର ଆକାଶ ଛୁଆଁ । ୨୦୦ ରୁ ଖସି ଏବେ ୧୦୦ ଉପରେ ରହିଛି ଦର । ଦର ସାଧାରଣ ଥିବା ବେଳେ ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣୁଥିଲେ, ଦର ଉଚ୍ଚା ହେବା ପରେ ତାହାର ପରିମାଣ ଅଧା ହୋଇଯାଇଛି । ଅନ୍ୟପଟେ ଏବେ ବି ଟମାଟୋ ଆଡ଼େ ଲୋକେ ଚାହୁଁନାହାନ୍ତି । କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ । ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ କୋଟି କୋଟି ଟଙ୍କା ରୋଜଗାର କଲେଣି ଚାଷୀ । ଏଇଭିତରେ ଏମିତି ଖବର ଆପଣ ଅନେକ ଶୁଣିଛନ୍ତି ।

Advertisment

ତେବେ ଆଜି ଆମେ ଯେଉଁ ଖବର ଦେଉଛୁ, ତାହା ଜାଣିଲେ ଆପଣ ବି କହିବେ ଆମ ଆଡ଼େ କେବେ ? କାରଣ ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା । ଏହାର ଦର ବୃଦ୍ଧି ମଧ୍ୟବିତଙ୍କ ହାଣ୍ଡିଶାଳକୁ ଶକ୍ତ ଚାପୁଡ଼ା ମାରିଛି । ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଆମ ଦେଶରେ ଏମିତି କିଛି ସହର ଅଛି, ଯେଉଁଠି ଟମାଟୋ ଦର ଏବେ ୫୦ ଟଙ୍କା । ଅର୍ଥାତ୍‌ ୫୦ ଟଙ୍କାରେ ମିଳୁଛି କିଲେ ଟମାଟୋ ।

ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍‌ସିସିଏଫ୍‌) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

Advertisment

ଏନସିସିଏଫ ଏବଂ ନାଫେଡ ଦିଲ୍ଲୀ-ଏନସିଆର, ରାଜସ୍ଥାନର ଜୟପୁର ଏବଂ କୋଟା, ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣାସୀ ଓ ପ୍ରୟାଗରାଜ ଏବଂ ବିହାରର ପାଟନା, ମୁଜାଫରପୁର, ଆରା ଏବଂ ବକ୍ସାରରେ ଟମାଟୋ ବିକ୍ରି କରନ୍ତି ।

ଦିଲ୍ଲୀ-ଏନସିଆରରେ ଟମାଟୋର ଖୁଚୁରା ବିକ୍ରି ଜୁଲାଇ ୧୪ରୁ ଆରମ୍ଭ ହୋଇଥିଲା; କାରଣ ସରକାର ବଢୁଥିବା ଦରକୁ ରୋକିବା ପାଇଁ ପଦକ୍ଷେପ ନେଇଥିଲେ। ଏନସିସିଏଫ ଦିଲ୍ଲୀର ୭୦ଟି ସ୍ଥାନରେ ଏବଂ ନୋଏଡା ଏବଂ ଗ୍ରେଟର ନୋଏଡାର ୧୫ଟି ସ୍ଥାନରେ ମୋବାଇଲ ଟମାଟୋ ଦୋକାନ ଏହି ଦୁଇ ସଂସ୍ଥା ଚଳାଉଛନ୍ତି ।

Advertisment

ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋର ଖୁଚୁରା ମୂଲ୍ୟ ପ୍ରଥମେ କିଲୋ ପିଛା ୯୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପରେ କିଲୋ ପିଛା ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା। ଜୁଲାଇ ୨୦ରୁ ଏହାକୁ କିଲୋ ପିଛା ୭୦ ଟଙ୍କାକୁ ହ୍ରାସ କରାଯାଇଥିଲା। ଏହାବ୍ୟତୀତ ଏଜେନ୍‌ସି ଓପନ୍‌ ନେଟଓ୍ଵର୍କ ଫର୍‌ ଡିଜିଟାଲ କମର୍ସ (ଓଏନଡିସି) ପ୍ଲାଟଫର୍ମ ଜରିଆରେ ଟମାଟୋର ଖୁଚୁରା ବିକ୍ରି କରାଯାଉଛି।

ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍‌ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍‌ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି।

Tomato Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ