/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643955782.jpg)
Today World Cancer Day
ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପି ସଚେତନତା, ନିରାକରଣ ଏସାଙ୍ଗକୁ କ୍ୟାନସର ରୋଗୀ ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ଥିମ୍ ବା ଆହ୍ୱାନ ରହିଛି କ୍ଲୋଜ୍ ଦ କେର୍ ଗ୍ୟାପ । ଏହାର ଅର୍ଥ କ୍ୟାନସରକୁ ଜାଣିବା ଓ ଏହାର ନିରାକରଣକୁ ଗୁରୁତ୍ୱ ଦେବା । ବ୍ୟୟ ବହୁଳ କ୍ୟାନସର ଚିକିତ୍ସାକୁ ସମସ୍ତଙ୍କ ଲାଗି ସହଜରେ ଉପଲବ୍ଧ କରାଇବା ପାଇଁ ଆହ୍ୱାନ ଦିଆଯାଇଛି ।
ଅନ୍ୟପକ୍ଷେ, ବିଶ୍ୱ କର୍କଟ ଦିବସ ଅବସରରେ ଭୁବନେଶ୍ୱର ଆପୋଲ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ମାରାଥନ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାଲକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଆପୋଲ ହସ୍ପିଟାଲ ଏଣ୍ଟରପ୍ରାଇଜେସ୍ ଲିମିଟେଡ କେନ୍ଦ୍ରାଞ୍ଚଳର ସିଇଓ ସୁଧିର ଏମ୍ ଡିଗିକର , ଆପୋଲ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଆଲୋକ ଶ୍ରୀବାସ୍ତବ ସାମିଲ ହୋଇଥିଲେ । ଏକାଠି କ୍ୟାନସରକୁ ଜାଣିବା ନାରା ଦେଇ ଏହି ମାରାଥନ ଆୟୋଜନ କରାଯାଇଛି ।
କର୍କଟ ବା କ୍ୟାନ୍ସର ଦୁନିଆର ନିର୍ଦ୍ଧିଷ୍ଟ କୌଣସି ଗୋଟିଏ ରୋଗର ନାମ ନୁହେଁ । ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ସହିତ ଜଡିତ ତଥା ଅନେକ ରୂପରେ କର୍କଟ ରୋଗ ଦେଖାଯାଇଥାଏ । ପାଟିରୁ ଆରମ୍ଭ କରି ପେଟର ଅନ୍ତନଳୀ ପର୍ଯ୍ୟନ୍ତର କର୍କଟ ରୋଗ ରହିଛି ଏବଂ ପ୍ରତ୍ୟେକ କର୍କଟ ରୋଗର ଏକ ବଡ ସମସ୍ୟା ହେଉଛି ବିଳମ୍ବ ହେତୁ ପରିସ୍ଥିତି ନିୟନ୍ତ୍ରଣରେ ନଥାଏ । ଯାହା ଦ୍ୱାରା ରୋଗୀର ମୃତ୍ୟୁ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । କର୍କଟ ବିଷୟରେ କୌଣସି ଭୁଲ ଧାରଣା ନାହିଁ ହେଲେ ଆଜି ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ରୋଗକୁ ଘୃଣ୍ୟ ମନୋଭାବରେ ଦେଖିଥାନ୍ତି । ସମାଜରେ କର୍କଟ ରୋଗ ପ୍ରତି ସମସ୍ତଙ୍କୁ ସଚେତନ କରିବା ସହ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥାଏ ।
ଆଜି ବି ସମଗ୍ର ବିଶ୍ୱରେ କର୍କଟ ରୋଗ ଉପରେ ଅନେକ ଗବେଷଣା କରାଯାଇଥାଏ, ହେଲେ କର୍କଟ ରୋଗର ଚିକିତ୍ସା ସମ୍ବନ୍ଧରେ ଅନେକ ପ୍ରତିଶ୍ରୃତି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)