Advertisment

ଲଢୁଆ ପୁଅ ପାଇଁ କାନ୍ଦୁଛି ମା’, ଝୁରୁଛି ଗାଁ

ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ।

ଲଢୁଆ ପୁଅ ପାଇଁ କାନ୍ଦୁଛି ମା’, ଝୁରୁଛି ଗାଁ

kargil vijay diaws 2021

Advertisment

କଟକ: ଆଜି କାର୍ଗିଲ ବିଜୟ ଦିବସ । ଏହି ଦିନରେ ଭାରତୀୟ ସେନା ବିଜୟ ହାସଲ କରିବା ସହ କାର୍ଗିଲର ଟାଇଗର ହିଲରେ ଉଡ଼ାଇଥିଲା ତ୍ରିରଙ୍ଗା ।  ଭାରତୀୟ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ସୈନ୍ୟଙ୍କୁ LOC ସେପାରିକୁ ତଡ଼ି ଦେଇଥିଲେ ଭାରତୀୟ ବୀର ଯବାନ । ଏହି ଯୁଦ୍ଧରେ ଅନେକ ଯବାନ ସହିଦ ହୋଇଥିବା ବେଳେ ଶତାଧିକ ଯବାନ ଆହତ ହୋଇଥିଲେ  । ସେହି ବୀର ଯବାନଙ୍କ ଶୌର୍ଯ୍ୟ,  ବଳିଦାନ ଓ ବୀରତ୍ୱର ସ୍ମୃତିରେ ପାଳନ ହେଉଛି କାର୍ଗିଲ ବିଜୟ ଦିବସ  ।

Advertisment

୧୯୯୯ ମସିହା, ଠିକ ଆଜିର ଦିନରେ କାରଗିଲ ଯୁଦ୍ଧର ଅବସାନ ହୋଇଥିଲା।  ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି କାରଗିଲ ବିଜୟ ଦିବସ ପାଳନ କରିଥିଲା ଭାରତୀୟ ସେନା  । ଏହି ଯୁଦ୍ଧରେ ଅନେକ ବୀର ଯବାନ ଦେଶ ପାଇଁ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ସହିଦ ଗୋପୀନାଥ ମହାରଣା ।  ମାତ୍ର ୨୩ ବର୍ଷ ବୟସରେ ୧୯୯୯ ମସିହା ମେ’ ମାସ ୧୯ ତାରିଖରେ ଦେଶ ରକ୍ଷା ପାଇଁ ଜୀବନ ଦେଇଥିଲେ ସେ । ସେହି ବୀର ସହିଦଙ୍କୁ ମନେପକାଇ ଆଜି ବି ତାଙ୍କ ମା ଆଖିରୁ ଲୁହ ଝରାଉଛନ୍ତି ଆଉ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଗାଁର ଯୁବକମାନେ ତାଙ୍କ ଭଳି ହେବାପାଇଁ ସ୍ୱପ୍ନ ଦେଖୁଛନ୍ତି।

 ଛାତିକୁ ପଥର କରି, ସହିଦ ପୁଅର ପଥର ପ୍ରତିମାକୁ ପଣତକାନିରେ ପୋଛି ଦେଉଛି  ଜନ୍ମକଲା ମାଆ।  ଫୁଲ ମାଳ ଦେଇ, ଧୂପ ଦିପ ଜାଳି କରୁଛି ପୁଅର ଅମର ଆତ୍ମାର ସଦଗତି କାମନା।  ଆଉ ଗାଁର ଯୁବକମାନେ ବୀର ଯବାନଙ୍କ ପାଦ ତଳେ ନତ ମସ୍ତକ ହୋଇ ଦେଉଛନ୍ତି ସମ୍ମାନ ।  କୁହନ୍ତି ଇଏ ଆମ ଗାଁର ଗୌରବ,  ଆମ ବୀର ସୈନିକ ଗୋପିନାଥ ମହାରଣା । ସହିଦ ଗୋପିନାଥଙ୍କ କଥା, ଗାଥା ଆଜି ବି ହୃଦୟଙ୍କୁ ଆନ୍ଦୋଳିତ କରେ।

Advertisment

  ଦେଶ ମାତୃକାର ରକ୍ଷା କରୁ କରୁ ଶତ୍ରୁ ଦେଶର ସେନା ଗୁଳିରେ ସହିଦ ହେଲେ ସିନା ତ୍ରିରଙ୍ଗାର ମାନ ରଖିଲେ । ଆଉ ଗାଁର ଟେକ ରଖି ସବୁ ଦିନ ପାଇଁ ସ୍ମୃତିରେ ରହିଗଲେ । ସହିଦ ଗୋପିନାଥ ମହାରଣାଙ୍କୁ ଆଜି ଝୁରୁଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁ  । ଆଉ ସବୁଦିନ ସହିଦଙ୍କ ସ୍ମୃତି ମଣ୍ଡପରେ ପୁଅର ପ୍ରତିମୃତ୍ତି ପାଖରେ ଛିଡ଼ା ଗୋଇ ଗୁମରି କାନ୍ଦନ୍ତି ମାଆ ଝୁମୁରି ମହାରଣା ।

Advertisment

 ସହିଦ୍ ଗୋପୀନାଥ ଥିଲେ ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡପୁଅ । ମାତ୍ର ୧୮ ବର୍ଷ ବୟସରେ ଭରତୀୟ ସଂଞ୍ଜୁଆ ବାହିନି ୫୨୮ ଏ ଏସ ପି ବାଟାଲିୟନରେ ଡ୍ରାଇଭର ଭାବେ କାରଗିଲରେ ସେ ସୈନ୍ୟମାନଙ୍କୁ ଗାଡିରେ ନେବା ବେଳେ ଶତ୍ରୁପକ୍ଷ ଗୁଳିରେ ସହିଦ୍ ହୋଇଥିଲେ । ଗୁଳି ପରେ ଗୁଳି ତାଙ୍କ ଦେହରେ ବାଜିଥିଲା ହେଲେ ସେ ପ୍ରାଣହରାଇବା ପୂର୍ବରୁ ଅତ୍ୟନ୍ତ ପରାକ୍ରମ ଦେଖାଇ ପୁରା ବାଟାଲିୟନକୁ ଗାଡ଼ିରେ ବସାଇ ଦମ୍ଭର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲେ। ତାଙ୍କ ବୀରତ୍ୱ ପାଇଁ ତାଙ୍କୁ ମରଣ ଉପରାନ୍ତ ମିଳିଛି ବହୁ ସମ୍ମାନ। 

Vijay Diwas Kargil Vijay Diwas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ