Advertisment

Gold Price Today: ନୂଆବର୍ଷରୁ ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର, ଆଜି ବି ମହଙ୍ଗା...

ନୂଆବର୍ଷରୁ ସୁନା-ରୂପା ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। MCXରେ ସୁନା ଦର କେତେବେଳେ ହ୍ରାସ ପାଉଛି ତ ଆଉ କେତେବେଳେ ବୃଦ୍ଧି ପାଉଛି।

ଅଦ୍ୟତନ ହୋଇଛି
Gold Price Today

Today Gold Price

Advertisment

ନୂଆବର୍ଷରୁ ସୁନା-ରୂପା ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। Multi Commodity Exchange(MCX)ରେ ସୁନା ଦର କେତେବେଳେ ହ୍ରାସ ପାଉଛି ତ ଆଉ କେତେବେଳେ ବୃଦ୍ଧି ପାଉଛି। ଆଜି MCXରେ ସୁନା ଦର ୦.୯% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୫,୩୪୦ ଟଙ୍କା ରହିଛି। ସେହିପରି ରୂପା ୦.୩୭% ବୃଦ୍ଧି ପାଇ ପ୍ରତି କିଲୋକୁ ୬୮,୨୯୫ ଟଙ୍କାରେ ପହଞ୍ଚିଛି। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୫,୫୩୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୧,୦୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୦୦ ଟଙ୍କା ରହିଛି।

ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୫,୫୩୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ରୁପା ପ୍ରତି କିଲୋକୁ ୭୩,୫୦୦ ଟଙ୍କା ରହିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ