Advertisment

ରାଜ୍ୟସଭାରୁ ସସପେଣ୍ଡ୍ ହେଲେ TMC ସାଂସଦ ଶାନ୍ତନୁ ସେନ

ଗୃହରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା କାରଣରୁ  ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।

ଅଦ୍ୟତନ ହୋଇଛି
ରାଜ୍ୟସଭାରୁ ସସପେଣ୍ଡ୍ ହେଲେ TMC ସାଂସଦ ଶାନ୍ତନୁ ସେନ

TMC MP shantanu sen

Advertisment

ନୂଆଦିଲ୍ଲୀ:ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସଂସଦର ମୌସୁମୀ ଅଧିବେଶନ ଆଜି ବି  ପ୍ରଭାବିତ ହୋଇଛି । ଗୁରୁବାର ପରେ ଶୁକ୍ରବାର ମଧ୍ୟ ବିରୋଧୀ ସଂସଦ ମଧ୍ୟରେ ହଟ୍ଟଗୋଳ ଜାରି ରଖିଛନ୍ତି। ‍ଫଳରେ  ସଂସଦର ଦୁଇଟି ଯାକ ସଦନ ଯଥା ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକ୍ରମକୁ ମୁଲତବି  ରଖିବାକୁ ପଡ଼ିଛି। ତୃଣମୂଳ କଂଗ୍ରେସ ସହିତ ବିଭିନ୍ନ ଦଳର ସଦସ୍ୟମାନେ ଗୃହରେ ହଙ୍ଗାମା କରିବା ଯୋଗୁ ରାଜ୍ୟସଭାକୁ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। ସଭାପତି ଏମ.ଭେଙ୍କୟା ନାଇଡୁଙ୍କ ସୂଚନା ଅନୁଯାୟୀ, ଅଶୋଭନୀୟ ତଥା ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ କରିବା କାରଣରୁ  ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।

Advertisment

ଏଠି କହି ରଖିବୁ,  ଗୁରୁବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାରମ୍ବାର ବାରମ୍ବାର ସଂସଦକୁ ମୁଲତବି ରଖିବାକୁ ପଡ଼ିଲା। ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ୍‌ ମାମଲାରେ ଷ୍ଟେଟମେଣ୍ଟ ଦେବା ପାଇଁ ଛିଡ଼ା ହୋଇଥିଲେ। ଏହି ସମୟରେ ଟିଏମସି ସାଂସଦ ଶାନ୍ତନୁ ସେ ମନ୍ତ୍ରୀଙ୍କ ହାତରୁ ଷ୍ଟେଟମେଣ୍ଟ କାଗଜ ଛଡ଼ାଇ ନେଇ ଚିରି ଦେଇଥିଲେ ଏବଂ ଏହି ଚିରା କାଗଜ ଟୁକୁଡା ଉପ ସଭାପତିଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ରାଜ୍ୟସଭାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିଜେପି ସାଂସଦମାନଆ ମଧ୍ୟ ଆକ୍ରମଣାତ୍ମକ ହୋଇ ଆଗକୁ ମାଡ଼ି ଆସିଥିଲେ। ଏହାକୁ ଦେଖି ଅଧ୍ୟକ୍ଷ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବି ରଖିବାକୁ ବାଧ୍ୟ ହୋଇଥିଲେ।  

Advertisment

ଶାନ୍ତନୁ ସେନ୍‌ଙ୍କ ନିଲମ୍ବନ ଉପରେ ଟିପ୍ପଣୀ ଦେଇ ବିଜେପି ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେ ‘ଯେମିତି କାମ ସେମିତି ଫଳ’ ବୋଲି କହିଛନ୍ତି । ଯଦି ସାଂସଦ ଦାୟିତ୍ୱହୀନ ଭାବେ  ନିଜକୁ ଉପସ୍ଥାପିତ କରିବେ ତେବେ ତାହାର ମୂଲ୍ୟ ତାଙ୍କୁ ଦେବାକ ପଡ଼ିବ। ସେହିପରି ବିଜେପି ସାଂସଦ ରାକେଶ ସିହ୍ନା କହିଛନ୍ତି, ଆଜି ରାଜ୍ୟସଭାରେ ଟୁ ଚାଇଲ୍‌ଡ ନାମରେ ଏକ ଜନାସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି। ମୁଁ ଚାହୁଁଛି, ସରକାର ଏହା ଉପରେ ବିଚାର କରନ୍ତୁ । କାରଣ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଟୁ ଚାଇଲ୍‌ଡ ପ୍ରସ୍ତାବ ନିହାତି ଜରୁରୀ।

ସେହିପରି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପଶ୍ଚିମବଙ୍ଗରେ ଟିଏମସି ହିଂସାର ନୀତିକୁ ଆପଣାଇଛି। ସମାନ ରଣନୀତି ସଂସଦରେ ଆପଣାଇବାକୁ ଟିଏମସି ଚେଷ୍ଟା କରୁଛି। ଏଭଳି କରି ଆଗାମୀ ପିଢ଼ିର ସାଂସଦମାନଙ୍କୁ କି ବାର୍ତ୍ତା ଦେବାକୁ ଟିଏମସି ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment
Parliamnet Monsoon Session TMC MP Santanu Sen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ