• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକସଭାରୁ ବହିଷ୍କାର ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କୃତ କରାଯାଇଛି । ଏଥିକ୍ସ କମିଟିର ସୁପାରିସକୁ ଲୋକସଭାରେ ମଞ୍ଜୁରୀ ଦେଇଛି । ମହୁଆଙ୍କ ଆଚରଣକୁ ଅନୈତିକ କହିଲେ ଲୋକସଭା ବାଚସ୍ପତି ।

ଏପଟେ ବହିଷ୍କାର ଆଦେଶ ପରେ ଗର୍ଜିଛନ୍ତି ପଶ୍ଚିମବଙ୍ଗ ଟିଏମସି ସାଂସଦ ମହୁଆ ମୈତ୍ର । ସେ କହିଛନ୍ତି ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ । ବିରୋଧୀଙ୍କ ସହ ସଂସଦ ଭବନରୁ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଛନ୍ତି ମହୁଆ। ଏମିତିକି ସବୁ ନିୟମର ଉଲ୍ଲଂଘନ ହୋଇଥିବା ସେ ଅଭିଯୋଗ କରିଛନ୍ତି । ମହୁଆଙ୍କ ବହିଷ୍କାର ନେଇ ମୁହଁ ଖୋଲିଲେ ଟିଏମ୍ ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହୁଆଙ୍କୁ ବହିଷ୍କାର ବିଜେପିର ପ୍ରତିହିଂସା ରାଜନୀତିର ପରିପ୍ରକାଶ ବୋଲି ସେ କହିଛନ୍ତି ।

ମହୁଆଙ୍କ ବିରୋଧରେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହା ଉପରେ ଗୃହରେ ବିତର୍କ ହେବା ପରେ ମହୁଆଙ୍କୁ ବହିଷ୍କାର ପାଇଁ ଏଥିକ୍ସ କମିଟି କରିଥିବା ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା ।

ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା । ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି । ତାଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ୍ୟାୟିକ ତଦନ୍ତ ପାଇଁ କମିଟି ସୁପାରିଶ କରିଥିଲା ।

ଏନେଇ ଲୋକସଭାରେ ରିପୋର୍ଟ ଉପସ୍ଥାପନ ବେଳେ ଲୋକସଭାରେ ବିରୋଧୀ ସାଂସଦ ମାନେ ହଟ୍ଟଗୋଳ କରିଥିଲେ । ତୃଣମୂଳ କଂଗ୍ରେସ ସାଂସଦ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ଦିନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ।

ଯଦି ସାଂସଦ ମାନେ ମହୁଆଙ୍କ ସଦସ୍ୟତା ରଦ୍ଦ ପାଇଁ ଭୋଟ୍ ଦିଅନ୍ତି ତେବେ ତାଙ୍କ ସାଂସଦ ପଦ ଯିବ । ସେପଟେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାକୁ ସାଂସଦ ମହୁଆ ମୈତ୍ର ଖଣ୍ଡନ କରିଛନ୍ତି । ଆଜି ସଂସଦକୁ ଆସିବା ବେଳେ ମହୁଆ ମହାଭାରତର ବସ୍ତ୍ର ହରଣ ଉଦାହରଣ ଦେଇ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।