Advertisment

ମିମିକ୍ରିରେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲେ TMC ସାଂସଦ, ମୋବାଇଲରେ ସୁଟିଂ କଲେ ରାହୁଲ ଗାନ୍ଧି

ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।

undefined

Politics

Advertisment

ସଂସଦ ଭବନର ମକର ଦ୍ୱାରରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଭିନ୍ନ ଏକ ଅଙ୍ଗଭଙ୍ଗୀ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ କହିବା ଶୈଳୀକୁ ନକଲ କରି ତାଙ୍କୁ ବିଦ୍ରୁପ କରୁଛନ୍ତି ପଶ୍ଚିମବଙ୍ଗର ସାଂସଦ କଲ୍ୟାଣ। ଆଉ ସେଠାରେ ଉପସ୍ଥିତ ସାଂସଦମାନେ ତାଙ୍କର ଏହି ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ବଡ଼ପାଟିରେ ହସୁଛନ୍ତି । ସାମ୍ନାରେ ଠିଆ ହୋଇ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ମଧ୍ୟ ଏହି ମୁହୂର୍ତ୍ତକୁ ସ୍ମରଣୀୟ କଲା ଭଳି ନିଜ ମୋବାଇଲରେ ରେକର୍ଡ କରୁଛନ୍ତି।

Advertisment

ସଂସଦ ଭବନର ପ୍ରବେଶ ଦ୍ୱାରରେ ନିଲମ୍ବିତ ସାଂସଦମାନେ ଧାରଣା ଦେଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଲଜ୍ଜାଜନକ ଘଟଣା। ଖୋଦ୍ ଉପରାଷ୍ଟ୍ରପତି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ନେତାମାନଙ୍କ ଏଭଳି ବ୍ୟବହାର ଲଜ୍ଜାଜନକ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଧନକର୍। 

ସେପଟେ ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ସଂସଦରେ ଜାରି ରହିଛି ଅଚଳାବସ୍ଥା। ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଉଭୟ ଗୃହର ୧୪୦ରୁ ଅଧିକ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଛି। ଗୃହରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ଲୋକସଭାର ୪୬ ଓ ରାଜ୍ୟସଭାର ସମାନ ସଂଖ୍ୟକ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଥିଲା।

Advertisment

ଆଜି ଲୋକସଭାର ଆଉ ୪୯ ସାଂସଦ ସସପେଣ୍ଡ ହୋଇଛନ୍ତି। ସେପଟେ ମୋଦି ସରକାର ସଂସଦୀୟ ବ୍ୟବସ୍ଥାର କଣ୍ଠରୋଧ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏହାକୁ ନେଇ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଓ ପାର୍ଲାମେଣ୍ଟ ପାହାଚରେ ବିରୋଧୀ ସାଂସଦମାନେ ପ୍ରତିବାଦ କରିଛନ୍ତି। ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ବିବୃତି ନରଖିବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିରୋଧୀ ସ୍ପଷ୍ଟ କରିଦେଇଛନ୍ତି। ତେଣେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇ ନଦେଇ ବିରୋଧୀ ସୁରକ୍ଷା ଉଲ୍ଲଙ୍ଘନ ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗତ ୧୩ ତାରିଖରେ ପାର୍ଲାମେଣ୍ଟ ସୁରକ୍ଷାଭେଦି ଦୁଇ ଯୁବକ ଲୋକସଭାରେ ପଶିବା ସହ ସ୍ମୋକ କ୍ୟାନିଷ୍ଟରରୁ ରଙ୍ଗୀନ ଧୁଆଁ ଛାଡିଥିଲେ। ଦରବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ ଦର୍ଶାଇବାକୁ ସେମାନେ ଏଭଳି କରିଥିବା କହିଥିଲେ। ଏହି ମାମଲାର ସମସ୍ତ ୬ ଅଭିଯୁକ୍ତଙ୍କୁ ଧରି ଏନଆଇଏ ଜେରା ଚଳାଇଥିବା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ତେବେ ଏନଆଇଏ ମାମଲାର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତିରେ ବିରୋଧୀ ସନ୍ତୁଷ୍ଟ ନହୋଇ ହଟ୍ଟଗୋଳ ଜାରି ରଖିବାରୁ ଗୃହକାର୍ଯ୍ୟ ଚାଲିପାରୁନାହିଁ।

Advertisment

Parliament TMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ