Advertisment

ନୂଆ ଆଇନ୍‌ ନେଇ ତେଜିଲା ରାଜନୀତି; ବିରୋଧ କଲା କଂଗ୍ରେସ, ଶାହ କହିଲେ...

ନୂଆ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଏନେଇ ସମସ୍ତ ଅଭିଯୋଗକୁ ନେଇ ସ୍ପଷ୍ଟତା ଆଣିଛନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

ଅଦ୍ୟତନ ହୋଇଛି
Amit Shah On Three new criminal laws

Three new criminal laws

Advertisment

ନୂଆ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି। ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ସାଂସଦଙ୍କୁ ନିଲମ୍ବନ କରି ଆଇନକୁ ଜବରଦଖଲ ପାରିତ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହି ଆଇନର ଅଧିକାଂଶ ଭାଗ କପି ଏବଂ ପେଷ୍ଟ ବୋଲି ଦାବି କରାଯାଇଛି। ଗତ ଡିସେମ୍ବରରେ ସଂସଦରେ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ବିରୋଧୀ ଦଳର ନେତାମାନେ ସମାଲୋଚନା କରିଛନ୍ତି।

Advertisment

ନିର୍ବାଚନରେ ରାଜନୈତିକ ଓ ନୈତିକ ଝଟକା ଲାଗିବା ପରେ ପ୍ରଧାନମନ୍ତ୍ରୀ ଓ ବିଜେପି ସରକାର ସମ୍ୱିଧାନର ସମ୍ମାନ କରୁଥିବା ଦେଖେଇ ହେଉଛନ୍ତି। ମାତ୍ର ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନ ୧୪୬ଜଣ ସାଂସଦଙ୍କୁ ନିଲମ୍ୱତ କରି ଜୋର ଜବରଦସ୍ତ ପାରିତ କରାଯାଇଛି। ଏନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଏବେ ଏହି ବୁଲ୍‌ଡୋଜର ଜଷ୍ଟିସ୍‌କୁ ସଂସଦୀୟ ପ୍ରଣାଳୀରେ ଚାଲିବାକୁ ଦେବନି।

ଅଧିକ ପଢ଼ନ୍ତୁ: ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

Advertisment

ତେବେ ସମସ୍ତ ଅଭିଯୋଗକୁ ନେଇ ସ୍ପଷ୍ଟତା ଆଣିଛନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ନୂଆ ଆଇନ ଲୋକଙ୍କ ସୁବିଧା ପାଇଁ। ୭୭ ବର୍ଷରେ ଯାହା ହୋଇପାରିନି ତାହା ଏବେ ହେଲା। ଲୋକଙ୍କୁ ସ୍ବଦେଶୀ ଆଇନ ମିଳିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ। ପୂର୍ବରୁ ପୋଲିସର ସ୍ବାର୍ଥକୁ ରକ୍ଷା କରାଯାଉଥିଲା ଏବେ ପୀଡ଼ିତଙ୍କ ଅଧିକାରକୁ ସୁରକ୍ଷା ଦିଆଯାଇଛି। ମହିଳା ଓ ଶିଶୁଙ୍କୁ ସବୁଠୁ ଅଧିକ ଗୁରୁତ୍ବ ଭାରତୀୟ ନ୍ୟାୟ ସହିଂତାରେ ଥିବା କହିଛନ୍ତି ଶାହ। ଦଣ୍ଡ ଦେବା ପାଇଁ ନୁହେଁ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏହି ବ୍ୟବସ୍ଥା ବୋଲି ସେ ଦୋହରାଇଛନ୍ତି। ସମସ୍ତ ଏତଲାକୁ ଇ-ରେଜିଷ୍ଟର, ତଲାସୀ ଓ ରେଡ୍‌ର ଭିଡିଓଗ୍ରାଫି ହେବ । ୩ ଦିନ ଭିତରେ ଏଫ୍‌ଆଇଆର ଓ ୯୦ ଦିନରେ ଯାଞ୍ଚ ରିପୋର୍ଟ ଦିଆଯିବବ।

Advertisment

ସେହିପରି ୩ ନୂଆ ଆଇନ କାର୍ଯ୍ୟକାରିତାକୁ ଓଡ଼ିଶାର ଆଇନ ମନ୍ତ୍ରୀ ସ୍ବାଗତ କରିଛନ୍ତି । କହିଛନ୍ତି, ପୁରୁଣା ଆଇନ ବଦଳିବା ଯୋଗୁଁ ଲୋକେ ଉପକୃତ ହେବେ, ମାମଲାର ଶୀଘ୍ର ସମାଧାନ ହେବ। ନୂଆ ଆଇନ ସଂପର୍କରେ ସବୁ ପକ୍ଷକୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ। ହାଇକୋର୍ଟ ଓ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିଚାରପତି, ଓକିଲଙ୍କ ପାଇଁ ସଚେତନତା ଶିବିର କରାଯାଇଛି । ଆଗକୁ ଆହୁରି ସଚେତନତା କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତେବେ ତ୍ବରିତ ନ୍ୟାୟ ପ୍ରଦାନ ଆଇନର ମୂଳ ଲକ୍ଷ୍ୟ। ପୂର୍ବ ଆଇନରେ ଦେଶ ପ୍ରଥମ ଥିଲା, ଏବେ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଆସିଲା ଚିନ୍ତାଜନକ ତଥ୍ୟ; ବିଶ୍ୱର ଏକ ତୃତୀୟାଂଶ ବାଲ୍ୟ ବିବାହ ଭାରତରେ

Amit Shah BJP Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ